ଜିଲ୍ଲାପାଳଙ୍କ ରିୟଲିଟି ଚେକ୍ : ରାତି ଅଧରେ ବାଇକରେ ଆସି ଛତ୍ରପୁର ସହରର ସ୍ୱଚ୍ଚତା ତଦାରଖ କଲେ ଗଞ୍ଜାମ ଜିଲ୍ଲାପାଳ ,ଦୋକାନ ସମ୍ମୁଖରେ ଅପରିଷ୍କାର ଥିବା ଦୋକାନୀଙ୍କଠୁ ଆଦାୟ ହେଲା ଜୋରିମାନା

477

କନକ ବ୍ୟୁରୋ : ଜିଲ୍ଲାପାଳଙ୍କ ରିୟଲିଟି ଚେକ୍ । ରାତି ଅଧରେ ବାଇକରେ ଆସି ଛତ୍ରପୁର ସହରର ସ୍ୱଚ୍ଚତା ଓ ପରିମଳ ତଦାରଖ କଲେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ନିଜ ବାସଭବନରୁ ଜିଲ୍ଲାପାଳ ଏକ ବୁଲେଟରେ ବାହାରି ବସଷ୍ଟାଣ୍ଡ,ମୁଖ୍ୟବଜାର, ରିକାପଲ୍ଲୀ ଓ ଲୋୟର ବସଷ୍ଟାଣ୍ଡ  ବୁଲିଥିଲେ । ମୁଖ୍ୟ ବଜାର କାରିଣୀ ସାହି ଛକ ନିକଟରେ ଏକ ଦୋକାନ ସମ୍ମୁଖରେ ଅପରିଷ୍କାର ଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏନଏସି ପକ୍ଷରୁ ୫ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଥିଲା ।

ନିଜ ଘରକୁ ଯେପରି ସଫା ରଖୁଛ ଦୋକାନ ସମ୍ମୁଖକୁ ମଧ୍ୟ ସେପରି ସ୍ୱଚ୍ଚ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସେହିପରି ଛତ୍ରପୁର ଠାକୁରାଣୀ ମନ୍ଦିର ରୋଡ ଓ ବଡ ବଜାରର କେତେକ ଦୋକାନକୁ ଯାଇ ମଧ୍ୟ ସ୍ୱଚ୍ଚତା ତଦାରଖ କରିବା ସହ ପଲିଥିନ ବ୍ୟବହାର ନକରିବାକୁ ପରାମର୍ଶ ଦେଇଥିଲେ ।