ମହଙ୍ଗା ପଡିଲା ହଷ୍ଟେଲ ଗଣ୍ଡଗୋଳ ! ରେଭେନ୍ସା ବିଶ୍ୱବିଦ୍ୟାଳୟର ୬ ଛାତ୍ରଙ୍କୁ ନିଲମ୍ବନ କଲେ କଲେଜ କର୍ତ୍ତୃପକ୍ଷ

30

କନକ ବ୍ୟୁରୋ : ଛାତ୍ରଙ୍କୁ ମହଙ୍ଗା ପଡିଲା ହଷ୍ଟେଲ ଗଣ୍ଡଗୋଳ । ରେଭେନ୍ସା ବିଶ୍ୱବିଦ୍ୟାଳୟର ନ୍ୟୁ ପିଜି ହଷ୍ଟେଲ ଓ ଲଳିତଗିରି ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ହୋଇଥିବା ଗଣ୍ଡୋଗୋଳରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କର୍ତ୍ତୃପକ୍ଷ । ଏହି ଘଟଣାରେ ୬ ଜଣ ରେଭେନ୍ସା ଛାତ୍ରଙ୍କୁ ନିଲମ୍ବିତ କରାଯାଇଛି ।

୩ ଜଣ ଛାତ୍ର ୪ଟି ସେମିଷ୍ଟର ଦେଇପାରିବେ ନାହିଁ । ସେହିଭଳି ଅନ୍ୟ ୩ ଜଣ ଛାତ୍ର ୨ଟି ସେମିଷ୍ଟର ଦେଇପାରିବେ ନାହିଁ ବୋଲି ସୂଚନା ଦେଇଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ । ଏହାସହ ୧୦ ଜଣ ଛାତ୍ରଙ୍କୁ ଚେତାବନୀ ଦିଆଯାଇଛି ।