ଆଇପିଏଲର ଉଦଘାଟନୀ ଉତ୍ସବରେ ପରଫର୍ମ କରିବେ ରଣବୀର ସିଂ ! କେତେ ନେବେ ପାରିଶ୍ରମିକ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

27

ନିକଟରେ ରିଲିଜ୍ ହୋଇଛି ବଲିଉଡ଼୍ ଅଭିନେତା ରଣବୀର ସିଂଙ୍କ ସିନେମା ପଦ୍ମାବତ୍ । ଏଥିରେ ତାଙ୍କ ଅଭିନୟ ଦର୍ଶକଙ୍କ ମନକୁ ବେଶ୍ ଛୁଇଁପାରିଛି । ଖୁବ କମ ସମୟ ଭିତରେ ଅନେକ ସଫଳତା ସାଉଣ୍ଟୁଛନ୍ତି ରଣବୀର । ଲୋକଙ୍କୁ ତାଙ୍କ ଅଭିନୟ ମଧ୍ୟ ବେଶ୍ ଭଲ ଲାଗୁଛି । ଆଉ ଏଥିପାଇଁ ରଣବୀରଙ୍କ ପାରିଶ୍ରମିକ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ୭ ଏପ୍ରିଲରୁ ଆପିଏଲ ସିଜିନ ୧୧ ଆରମ୍ଭ ହେବାକୁ ଯାଉଛି । ଆପିଏଲର ଉଦଘାଟନୀ ଉତ୍ସବରେ ରଣବୀର ସିଂଙ୍କ ପରଫରମାନ୍ସ ଦେଖିପାରିବେ ଦର୍ଶକ।

ସବୁଠାରୁ ମଜା କଥା ହେଉଛି ୧୫ ମିନିଟ ପରଫରମାନ୍ସ ପାଇଁ ରଣବୀର ସିଂଙ୍କୁ ୫ କୋଟି ଟଙ୍କା ଦିଆଯିବ ।ରିପୋର୍ଟ ଅନୁସାରେ ଉଦଘାଟନୀ ଉତ୍ସବରେ ପରଫର୍ମ କରିବା ପାଇଁ ରଣବୀରଙ୍କୁ ୫ କୋଟି ଦିଆଯିବ । ଖବର ଅନୁସାରେ ଅରଗାନାଇଜିଙ୍ଗ ଟିମ ପ୍ରଥମରୁ ହିଁ ନିର୍ଣ୍ଣୟ ନେଇଛନ୍ତି ଯେ ତାଙ୍କୁ ଉଦଘାଟନ ଉତ୍ସବରେ ରଣବୀରଙ୍କ ପରଫରମାନ୍ସ ଦରକାର । ସେଥିପାଇଁ ରଣବୀରଙ୍କୁ ଏତେ ବଡ ରକମ ଅଫର କରାଯାଉଛି ।

ଆଶା କରାଯାଉଛି ଯେ ରଣବୀର ନିଜ ଜବରଦସ୍ତ ଡ୍ୟାନ୍ସ ଦର୍ଶକଙ୍କୁ ଝୁମାଇବେ । ରଣବୀର ବର୍ତ୍ତମାନ ‘ଗଲି ବୟ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଯେଉଁଥିରେ ସେ ଏକ ରାପର ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ରଣବୀରଙ୍କ ସହିତ ଆଲିୟା ଭଟ୍ଟ ମଧ୍ୟ ନଜର ଆସିବେ । ଏହି ଫିଲ୍ମ ୧୪ ଫେବୃୟାରୀ ୨୦୧୯ରେ ରିଲିଜ ହେବ । ଏହା ବ୍ୟତିତ ସେ ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ସିମ୍ବା’ରେ ମଧ୍ୟ ନଜର ଆସିବେ । ଏଥିରେ ତାଙ୍କ ବିପକ୍ଷରେ ସାରା ନଜର ଆସିବେ ।