ଯୋଗଗରୁ ରାମଦେବ ବାବାଙ୍କ ନୂଆ ବ୍ୟବସାୟ : ଏବେ ପତଞ୍ଜଳି ବିକ୍ରି କରିବ କ୍ଷୀର, ଦହି ଓ ପନୀର ପରି ଦୁଗ୍ଧଜାତ ସମାଗ୍ରୀ

42

ଯୋଗଗୁରୁ ରାମବେଙ୍କ କମ୍ପାନୀ ପତଞ୍ଜଳୀ ଏବେ ବିକ୍ରି କରିବ ଦୁଗ୍ଧଜାତ ସାମଗ୍ରୀ । ଏସଂକ୍ରାନ୍ତରେ ଆସନ୍ତାକାଲି ଦିଲ୍ଲୀର ତାଲକୋଟର ଷ୍ଟାଡ଼ିୟମରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଔଷଧ ଓ ରିଟେଲ ସାମଗ୍ରୀ ବିକ୍ରିରେ ସଫଳତା ପରେ ଏବେ ଦୁଗ୍ଧଜାତ ସାମଗ୍ରୀ ବିକ୍ରି କରିବ ପତଞ୍ଜଳୀ । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ ଏନସିଆର୍, ହରିୟାଣା, ରାଜସ୍ଥାନ ଓ ମହରାଷ୍ଟ୍ର ପରି ରାଜ୍ୟରେ ଏହି ସାମଗ୍ରୀ ବିକ୍ରି ହେବ ।

ତେବେ ଆସନ୍ତାକାଲି ଏହି ସବୁ ସାମଗ୍ରୀର ଲଂଚ ପାଇଁ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଆଉ ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୩୦୦୦ ଲୋକ ଯୋଗଦେବେ । କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କ ଗହଣରେ କ୍ଷୀର, ହଦି, ଛାଛ ଓ ପନୀର ଆଦି ସାମଗ୍ରୀ ଲଂଚ କରାଯିବ । ରାମଦେବ ବାବା ଓ ଆଚାର୍ଯ୍ୟ ବାଳକୃଷ୍ଣ ଏହି କାର୍ଯ୍ୟକ୍ରମରେ ଯୋଗଦେବାର ଯୋଜନା ରହିଛି ।

ସୂଚନାଯୋଗ୍ୟ ଯୋଗରେ ସଫଳତା ପରେ ଔଷଧର ବିକ୍ରି ଆରମ୍ଭ କରିଥିବା ପତଞ୍ଜଳି ଏକ ଲାକପ୍ରିୟ ବ୍ରାଣ୍ଡ ହୋଇସାରିଛି । ଏକ କମ୍ପାନୀ ଅନୁସାରେ ଏହା ଅନେକ ଔଷକ୍ଷ ବ୍ୟତୀତ ଫାଷ୍ଟଫୁଡ଼୍ ଠାରୁ ଆରମ୍ଭ ରକି ପ୍ରସାଧନ ସାମଗ୍ରୀ ବିକ୍ରି କରି ସଫଳ ହୋଇପାରିଛି । ଲୋକଙ୍କ ମଧ୍ୟରେ ଏହାର ଟୁଥପେଷ୍ଟ, ମଂଞ୍ଜନ ଓ ଅନେକ ଉତ୍ପାଦ ଅତି ଲୋକପ୍ରିୟ ।