କନକ ବ୍ୟୁରୋ : ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ପାଇଁ ଆସିଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ମହାନଦୀ ଏକ ପ୍ରସଙ୍ଗ ନୁହେଁ ବୋଲି କହିଛନ୍ତି । ସେ କହିଛନ୍ତି, ଏହା ଏକ ପ୍ରସଙ୍ଗ ନୁହେଁ, ଏହାକୁ ପ୍ରସଙ୍ଗ କରାଯାଇଛି । ଗତ ପଞ୍ଚାୟତ ନିର୍ବାଚନ ସମୟରେ ଏହାକୁ ପ୍ରସଙ୍ଗ କରାଯାଇଥିଲା । ମାତ୍ର ଲୋକ ଗ୍ରହଣ କଲେ ନାହିଁ । ଆଜି ମଧ୍ୟ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଚାହିଁଲେ ଏହି ପ୍ରସଙ୍ଗ ତୁରନ୍ତ ସମାଧାନ ହାଇଯିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏବେ ବି ମୁଁ ଏହି ପ୍ରସଙ୍ଗରେ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ । ତାଙ୍କ ବକ୍ତବ୍ୟ ପରେ ପ୍ରତିକ୍ରିୟା ରଖିଛନ୍ତିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି ଯେ ରମଣ ସିଂହ ଯାହା କହିଛନ୍ତି ତାହା ଠିକ୍ ନୁହେଁ । କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀ ଏହି ପ୍ରସଙ୍ଗର ସମାଧାନ ପାଇଁ ବୈଠକ ଡାକିଥିଲେ । ମାତ୍ର ରମଣ ସିଂହ ସହଯୋଗ କଲେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।