ନବରଙ୍ଗପୁରରେ କେନ୍ଦ୍ରମନ୍ତ୍ରୀ ! ପଂଚାୟତ ସଫଳତା ନେଇ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଲେ ରାମକ୍ରିପାଲ ଯାଦବ

19

କନକ ବ୍ୟୁରୋ : ନବରଙ୍ଗପୁରରେ କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ ଯାଦବ । ପଂଚାୟତ ନିର୍ବାଚନ ସଫଳତା ନେଇ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ନବରଙ୍ଗପୁରରେ ପହଂଚିବା ପରେ ବିଜେପି ନେତାଙ୍କ ସହ ଆଲୋଚନା କରିଛନ୍ତି । ତେବେ ୧୭ବର୍ଷ ଶାସନ କାଳରେ ବିଜେଡି ଓଡ଼ିଶାକୁ ଆହୁରୀ ଗରିବ କରିଦେଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ନବରଙ୍ଗପୁରରୁ ସେ ବାହାରି ରାଇଘର ଗସ୍ତରେ ଯାଇଛନ୍ତି । ସେଠାରେ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।