ରାମ ମନ୍ଦିରକୁ ନେଇ ପୁଣି ତେଜିଲା ରାଜନୀତି : ଅଯୋଧ୍ୟାରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ,ମନ୍ଦିର ନିର୍ମାଣ ନେଇ କେନ୍ଦ୍ର ଉପରେ ବଢିବ ରାଜନୈତିକ ଚାପ

204

କନକ ବ୍ୟୁରୋ : ଅଯୋଧ୍ୟା ରାମ ମନ୍ଦିରକୁ ନେଇ ପୁଣି ତେଜିଲା ରାଜନୀତି । ଶିବସେନାର ମୁଖ୍ୟ ଉଦ୍ଧବ ଠାକରେ ଆଜି ୧୮ ଜଣ ସାଂସଦକୁ ନେଇ ଅଯୋଧ୍ୟାରେ ପହଂଚିଛନ୍ତି । ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଶିବସେନା ସାଂସଦ ମାନେ ମୁମ୍ବାଇ ଫେରିଆସିବେ ।  ତାଙ୍କର ଏହି ପ୍ରୟାସ ରାମ ମନ୍ଦିର ନିର୍ମାଣ ପାଇଁ ମୋଦି ସରକାର ରାଜନୀତିରେ ବଡ଼ ଚାପ ପକାଇବ । ଲୋକସଭା ନିର୍ବାଚନ ପୂର୍ବରୁ ଉଦ୍ଧବ ଠାକରେ ତାଙ୍କ ପରିବାର ସହ ଅଯୋଧ୍ୟା ଗସ୍ତ କରିଥିଲେ । ରାମ ମନ୍ଦିର ପ୍ରସଙ୍ଗକୁ ନେଇ କେନ୍ଦ୍ର ଉପରେ ଖୁବ ବର୍ଷିଥିଲେ ଉଦ୍ଧବ । ଏହି ଗସ୍ତରେ ଉଦ୍ଧବଙ୍କ ସହ ଆଦିତ୍ୟ ଠାକରେ ମଧ୍ୟ ଅଯୋଧ୍ୟରେ ପହଂଚିଛନ୍ତି । ଯାହାର ସୂଚନା ସେ ତାଙ୍କ ଟ୍ୱିଟର ଆକାଉଂଟରେ ସେୟାର କରିଛନ୍ତିି । ଟ୍ୱିଟରେ ଜୟ ଶ୍ରୀରାମ ଲେଖିବା ସହ ଗସ୍ତର ଏକ ଫଟୋ ସେୟାର କରିଛନ୍ତି ।

ପୂର୍ବରୁ ମଧ୍ୟ ରାମମନ୍ଦିର ପ୍ରସଙ୍ଗକୁ ନେଇ ମୋଦି ସରକାର ଏବଂ ଯୋଗୀ ସରକାରଙ୍କ ଉପରେ ସାଧୁସନ୍ଥଙ୍କ ଚାପ ରହିଛି । ସେମାନଙ୍କ ମତରେ ମୋଦି ସରକାର ପୁଣି ଥରେ ରାମ ମନ୍ଦିର ମୁଦ୍ଦା ନେଇ ବିପୁଳ ବହୁମତରେ ସରକାର ଗଢ଼ିଛନ୍ତି । ଆଉ ଏବେ କେନ୍ଦ୍ରରେ ମୋଦି ସରକାର ଓ ଉତ୍ତରପ୍ରଦେଶ ଯୋଗୀ ସରକାର ମନ୍ଦିର ନିର୍ମାଣ ଦିଗରେ ତତ୍ପର ହେବା ଉଚିତ୍ । ରାମ ମନ୍ଦିର ନିର୍ମାଣରେ ବିଳମ୍ବ କରିବାର କୌଣସି ଯଥାର୍ଥତା ନାହିଁ । ଲୋକସଭା ନିର୍ବାଚନ ପୂର୍ବରୁ ମନ୍ଦିର ନିର୍ମାଣ ପାଇଁ ଅଧ୍ୟାଦେଶ ଆଣିବା ପାଇଁ ଦାବି ମଧ୍ୟ କରିଥିଲେ । ସନ୍ଥ ସମାଜ ସହ ଶିବସେନା ପରି ସହଯୋଗୀ ଦଳ ଗୁଡ଼ିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରାଳୟ ଉପରେ ଆଶା ରଖିଛନ୍ତି ।