ଖୁସିରେ ଗଦଗଦ୍ ବିଜେପି : ଚନ୍ଦ୍ରବାବୁ ନାଇଡ଼ୁଙ୍କୁ କଟାକ୍ଷ କରିବା ସହ ଆଗାମୀ ୫ ବର୍ଷ ପାଇଁ ବିରୋଧୀ ରଣନୀତି ପ୍ରସ୍ତୁତ କରନ୍ତୁ ବୋଲି କହିଲେ ପାର୍ଟି ମହାସଚିବ

479

କନକ ବ୍ୟୁରୋ : ବୁଥ ବାହୁଡ଼ା ମତ ଆସିବା ପରେ ପରେ ବିଜେପି ଦଳ ଖୁସିରେ ଆତ୍ମହରା ହୋଇଉଠିଛନ୍ତି । ଏକଜିଟ୍ ପୋଲ ଏକଜାଟ୍ ପୋଲ ନହେଲେ ମଧ୍ୟ ବିଜେପି ନେତାଙ୍କ ଖୁସି ଦେଖେ କିଏ ? ଭାଜପା ନେତାଙ୍କ ଗୋଡ଼ ଆଉ ତଳେ ଲାଗିନି । ପାର୍ଟି ମହାସଚିବ ରାମ ମାଧବ କହିଛନ୍ତି, ୨୦୧୪ ଠାରୁ ମଧ୍ୟ ଅଧିକ ଆସନ ହାସଲ କରିବା ସହ ପୂର୍ଣ୍ଣ ବହୁମତରେ ସରକାର ଗଢ଼ିବ ବିଜେପି । ସରକାର ଗଢ଼ିବାରେ ବିଜେପିକୁ କେହି ଅଟକାଇ ପାରିବେ ନାହିଁ । ଚଳିତ ନିର୍ବାଚନରେ ବିଜେପିକୁ ଏକୁଟିଆ ୩୦୦ ଆସନ ମିଳିବା ସହ ଏନଡ଼ିଏ ୩୫୦ ଆସନ ଅକ୍ତିଆର କରିବ ବୋଲି ଦମ୍ଭୋକ୍ତି କରିଛନ୍ତି ।

ବୁଥ ବାହୁଡ଼ା ମତ ବିଜେପିକୁ ବଳ ଯୋଗାଇଛି । ଡଗମଗ ହେଉଥିବା ବିଶ୍ୱାସ ଏବେ ଦୃଢ଼ୋକ୍ତିରେ ବଦଳିଯାଇଛି । ବିରୋଧୀଙ୍କୁ ଟାର୍ଗେଟ କରି ରାମ ମାଧବ କହିଛନ୍ତି, ଦେଶର ଜନତା ଭଲ ଭାବରେ ଜାଣିପାରଛନ୍ତି ବିରୋଧୀ ଦଳ କେବଳ ଡ୍ରାମା କରୁଛନ୍ତି । ପୁରା ଦେଶରେ ଏବେ ପର୍ଯ୍ୟନ୍ତ ମେଂଟ ହୋଇପାରନି ଆଉ ଫଳାଫଳରେ ମଧ୍ୟ ମେଂଟ ସମ୍ଭବ ନୁହେଁ ।

ତେବେ ବର୍ତ୍ତମାନ ବିରୋଧୀ ଇଭିଏମ ଉପରେ ଦୋଷରୋପ କରିବେ । କିନ୍ତୁ ଦେଶର ଜନତା ଫଳାଫଳ ପୂର୍ବରୁ ନିଜର ମୁଡ଼୍ ସ୍ପଷ୍ଟ ରୂପରେ ରଖିସାରିଛନ୍ତି । ମାଧବ କହିଛନ୍ତି, ଚନ୍ଦ୍ରବାବୁ ନାଇଡ଼ୁ ୨୩ ମେ ପାଇଁ ଚାକିରି ଖୋଜୁଛନ୍ତି । ବିରୋଧୀଙ୍କ ପାଖରେ କୌଣସି କାମ ନାହିଁ । ନିର୍ବାଚନ ଫଳାଫଳ ପରେ ବିରୋଧୀ ଆଗାମୀ ୫ ବର୍ଷ ପାଇଁ ରଣନୀତି ପ୍ରସ୍ତୁତ କରିବେ ।