ଆଜି ହେବ ରାମ ଜନ୍ମଭୂମୀ-ବାବ୍ରି ମସଜିଦ୍ ବିବାଦ ମାମଲାର ଶୁଶାଣି ! ସୁପ୍ରମିକୋର୍ଟର ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠରେ ହେବ ଆବେଦନର ବିଚାର

ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ବିରୋଧରେ ହୋଇଛି ଆବେଦନ

67

କନକ ବ୍ୟୁରୋ : ଆଜି ସୁପ୍ରମିକୋର୍ଟରେ ରାମ ଜନ୍ମଭୂମୀ-ବାବ୍ରି ମସଜିଦ୍ ବିବାଦ ମାମଲାର ଶୁଶାଣି ହେବ । ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗାଇ ଏବଂ ଜଷ୍ଟିସ୍ ଏ.କେ କାଉଲଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ । ତେବେ ୩ ଜଣିଆ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇପାରେ ବୋଲି ସୂଚନା ମିଳିଛି । ୨୦୧୦ ମସିହାରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ଏହି ଆବେଦନ କରାଯାଇଛି ।

ଆହ୍ଲାବାଦ ହାଇକୋର୍ଟ ବିବାଦୀୟ ୨.୭୭ ଏକର ଜମିକୁ ସୁନି ୱାକପ୍ ବୋର୍ଡ, ନିର୍ମୋହି ଆଖଡ଼ା ଏବଂ ରାମଲାଲାଙ୍କ ମଧ୍ୟରେ ସମାନ ଭାବରେ ବାଂଟିଥିଲେ । ଏହା ବିରୋଧରେ ୧୪ଟି ଆବେଦନ କରାଯାଇଛି । ଗତ ଅକ୍ଟୋବର ୨୯ ତାରଖରେ ଏହି ମାମଲା ସୁପ୍ରିମକୋର୍ଟକୁ ଆସିଥିଲା । ତେବେ ପ୍ରଧାନ ବିଚାରପତି ଏହି ମାମଲାକୁ ଜାନୁୟାରୀ ମାସକୁ ଘୁଂଚାଇ ଦେଇଥିଲେ । ଏପଟେ ବିିଭିନ୍ନ ହିନ୍ଦୁବାଦୀ ସଂଗଠନ ଅଧ୍ୟାଦେଶ ଆଣି ରାମ ମନ୍ଦିର ନିର୍ମାଣ କରିବାକୁ ସରକାର ଉପରେ ଚାପ ପକାଇ ଆସୁଛନ୍ତି ।

Comments are closed.