କନକ ବ୍ୟୁରୋ : ଆଜି ସୁପ୍ରମିକୋର୍ଟରେ ରାମ ଜନ୍ମଭୂମୀ-ବାବ୍ରି ମସଜିଦ୍ ବିବାଦ ମାମଲାର ଶୁଶାଣି ହେବ । ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗାଇ ଏବଂ ଜଷ୍ଟିସ୍ ଏ.କେ କାଉଲଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ । ତେବେ ୩ ଜଣିଆ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇପାରେ ବୋଲି ସୂଚନା ମିଳିଛି । ୨୦୧୦ ମସିହାରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ଏହି ଆବେଦନ କରାଯାଇଛି ।
ଆହ୍ଲାବାଦ ହାଇକୋର୍ଟ ବିବାଦୀୟ ୨.୭୭ ଏକର ଜମିକୁ ସୁନି ୱାକପ୍ ବୋର୍ଡ, ନିର୍ମୋହି ଆଖଡ଼ା ଏବଂ ରାମଲାଲାଙ୍କ ମଧ୍ୟରେ ସମାନ ଭାବରେ ବାଂଟିଥିଲେ । ଏହା ବିରୋଧରେ ୧୪ଟି ଆବେଦନ କରାଯାଇଛି । ଗତ ଅକ୍ଟୋବର ୨୯ ତାରଖରେ ଏହି ମାମଲା ସୁପ୍ରିମକୋର୍ଟକୁ ଆସିଥିଲା । ତେବେ ପ୍ରଧାନ ବିଚାରପତି ଏହି ମାମଲାକୁ ଜାନୁୟାରୀ ମାସକୁ ଘୁଂଚାଇ ଦେଇଥିଲେ । ଏପଟେ ବିିଭିନ୍ନ ହିନ୍ଦୁବାଦୀ ସଂଗଠନ ଅଧ୍ୟାଦେଶ ଆଣି ରାମ ମନ୍ଦିର ନିର୍ମାଣ କରିବାକୁ ସରକାର ଉପରେ ଚାପ ପକାଇ ଆସୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/SUPREME-COURT.jpg)
/kanak/media/post_attachments/wp-content/uploads/2019/01/War_016b-300x169.jpg)