ଜଜ୍ ଓ ସାମ୍ବିଧାନିକ ବେଞ୍ଚ ଉପରେ ଉଠିଲା ପ୍ରଶ୍ନ ! ୨୯ ଜାନୁୟାରୀ ପର୍ଯ୍ୟନ୍ତ ଟଳିଲା ରାମ ମନ୍ଦିର ଶୁଣାଣି

118

କନକ ବ୍ୟୁରୋ : ଅଯୋଧ୍ୟ ରାମ ଜନ୍ମଭୂମି -ବାବରି ମସଜିଦ୍ ବିବାଦ ନେଇ ସୁପ୍ରିମକୋର୍ଟରେ ଆଜି ଶୁଣାଣି ହୋଇଛି  । ପ୍ରଧାନବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ଏହି ମାମଲାର ଶୁଣାଣି ହୋଇଛି  । ମୁସଲମାନ୍ ପକ୍ଷର ଓକିଲ ରାଜୀବ ଧୱନ ସାବମ୍ବିଧାନକ ପୀଠ ଓ ଜଷ୍ଟିସ୍ ୟୁୟୁ ଲଳିତ ଉପରେ ପ୍ରଶ୍ନ ଉଠାଇଥିଲେ । ଆୁ ତା’ପରେ ୨୯ ଜାନୁୟାରୀ ପର୍ଯ୍ୟନ୍ତ ଟଳିଛି ଅଯୋଧ୍ୟା ଶୁଣାଣି । ଏବେ ପାଂଚ ଜଜ ପୀଠରେ ଜଷ୍ଟିସ୍ ୟୁୟୁ ଲଳିତ ସାମିଲ ହେବେ ନାହିଁ । ଏଥିପାଇଁ ଗଠନ ହେବ ନୂଆ ବେଂଚ । ଏହି ମାମଲାରେ ଜଡ଼ିତ ୧୮୮୩୬ ପେଜର ଦସ୍ତାବିଜ ରହିଛି, ଆଉ ଏଥିରୁ କୋର୍ଟର ନିଷ୍ପତ୍ତି କେବଳ ୪୩୦୦ ପୃଷ୍ଠାର ।

ସୂଚନା ଅନୁସାରେ ମୁସଲମାନ ପକ୍ଷରୁ ଓକିଲ ରାଜୀବ ଧୱନ କହିଛନ୍ତି, ବେଂଚରେ ସାମିଲ ଜଷ୍ଟିସ୍ ୟୁୟୁ ଲଳିତ ୧୯୯୪ରେ କଲ୍ୟାଣ ସିଂଙ୍କ ପକ୍ଷରୁ ଓକିଲାତି କରିଥିଲେ । ତେବେ ଏତିକି କହି ସେ ତୁରନ୍ତ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି । ଉତ୍ତରପ୍ରଦେଶରର ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ପାଇଁ ଓକିଲାତି କରିଥିବା ପ୍ରସଙ୍ଗ ଉଠାଇବାରୁ ଜଷ୍ଟିସ ଲଳିତ ମାମଲାର ଶୁଣାଣି କରିବେ ନାହିଁ ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇ ଏହି ମାମଲାରୁ ନିଜକୁ ଦୂରେଇ ନେଇଥିଲେ।

ସୂଚନାଯୋଗ୍ୟ ଅଯୋଧ୍ୟା ରାମ ଜମ୍ମଭୂମି- ବାବରି ମସଜିଦ୍ ବିବାଦ ସହ ସମ୍ପୃକ୍ତ ୨ଦଶମିକ୍ ସାତ ସାତ ଏକର ଭୂମି ବଂଟନ ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ୨୦୧୦ ସେପ୍ଟେମ୍ବର ୩୦ ତାରିଖର ରାୟ ବିରୋଧରେ ସୁପ୍ରିମକୋର୍ଟରେ ୧୪ଟି ଆବେଦନ କରାଯାଇଥିଲା ।