ପ୍ରେରଣା ସାଜିଲା ରଜନୀକାନ୍ତଙ୍କ ସିନେମା : ଅଷ୍ଟମ ପାସ୍ କରିଥିବା ବ୍ୟକ୍ତି ତିଆରି କଲେ ରିମୋଟରେ ଚାଲୁଥିବା କାଠ ରୋବଟ୍

45

କିଛି କରିବାର ଇଚ୍ଛା ଥିଲେ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା କିମ୍ବା ମାଳ ମାଳ ଡିଗ୍ରି ଦରକାର ନାହିଁ । କରିବାର ମନୋବୃତ୍ତି ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ହିଁ ସବୁ କିଛି ସମ୍ଭବ । ଅନେକ ଏପରି ବ୍ୟକ୍ତି ଅଛନ୍ତି ଯେଉଁମାନେ ଅଳ୍ପ ପାଠ ପଢ଼ି ମଧ୍ୟ କିଛି ନୂଆ କରିବା ପାଇଁ ଚେଷ୍ଟା କରିଛନ୍ତି ଆଉ ସଫଳ ହୋଇଛନ୍ତି ମଧ୍ୟ । ଏପରି ଜଣେ ମଣିଷ ହେଲେ ରାଜକୁମାର ।

ରାଜସ୍ଥାନ ଜିଲ୍ଲାର ଲୁଣିଆ ଅଂଚଳର ରାଜକୁମାର । ବୟସ ମାତ୍ର ୨୫ ବର୍ଷ । ଯୋଗ୍ୟତା ଅଷ୍ଟମ ପାସ୍ । କିନ୍ତୁ ସ୍ୱପ୍ନ ବୈଜ୍ଞାନିକ ଠାରୁ କମ ନୁହେଁ । ସବୁ ସମୟରେ କିଛି ନୂଆ କରିବାର ଇଚ୍ଚା ରଖିଥାଆନ୍ତି । ନିକଟରେ ରାଜକୁମାର କାଠର ରୋବଟ ତିଆରି କରିଛନ୍ତି । ଆଉ ରିମୋଟରେ ଚାଲୁଛି ସେ ତ୍ରିଆରି କରିଥିବା କାଠ ରୋବଟ୍ । ରିମୋଟ୍ ଚାଲିତ ଏହି ରୋବଟ୍ ଏକାଥରକେ ୬ଟି ଗ୍ଲାସ୍ ଓ ଜଗ ଉଙ୍ଖାଇବାରେ ସକ୍ଷମ । ଏଥିରେ ପଂଖା, ଟିଭି, ମ୍ୟୁଜିକ ସିଷ୍ଟମ ଓ ଲାଇଟ୍ ମଧ୍ୟ ଲାଗିଛି ଯାହା ସବୁ ରିମୋଟ ଦ୍ୱାରା ଚାଳିତ । ତେବେ ଏହି ରୋବଟ୍ ତିଆରି କରିବା ପାଇଁ ସେ

ରାଜକୁମାରଙ୍କ ବାପା ଜଣେ ଦିନ ମଜୁରିଆ । ମା’ ମନରେଗା ଶ୍ରମିକ । ନିଜେ ରାଜକୁମାର ଜଣେ କାଠ ମିସ୍ତ୍ରୀ । ରାଜକୁମାର କହିଛନ୍ତି ଅଷ୍ଟମ ପଢ଼ିବା ପରେ ମୋତେ ପାଠ ଛାଡ଼ିବା ପାଇଁ ପଡ଼ିଥିଲା । ଆଉ ସେତେବେଳେ ଭଉଣୀର ବିବାହ ମଧ୍ୟ ଠିକ ହୋଇଯାଇଥିଲା । ଘରର ଅବସ୍ଥା ଭଲ ନଥିଲା । ପେଟଳୁ ମୁଠେ ଦାନା ଯୋଗାଇବା ମଧ୍ୟ ମୁସ୍କିଲ ହୋଇପଡ଼ିଥିଲା । ମା’ବାପା ମଜୁରୀ କରି ଘର ଚଳାଉଥିଲେ । ଆଉ ଘରର ଅବସ୍ଥା ଦେଖି ପାଠ ଛାଡ଼ି ରାଜକୁମାର ମଧ୍ୟ କାମ କରିବାରେ ଲାଗିଲେ ।

କୌଣସି ପ୍ରକାରେ କଷ୍ଟେମେଷ୍ଟ ଭଉଣୀର ବିବାହ କରଦିଆଗଲା । କରଜ ଶୁଣଝିବା ପାଇଁ ମଧ୍ୟ ଟଙ୍କା ନଥିଲା । ବହୁତ କଷ୍ଟ କରିବା ପରେ କରଜ ଶୁଝାଯାଇଥିଲା । ଘରେ ବିଜୁଳି ନଥିଲା । ଆଉ ଏଥିମଧ୍ୟରେ କାଠ କାମ ଶିଖିଯାଇଥିଲେ ରାଜକୁମାର । ତେବେ କିଛି ବର୍ଷ ପୂର୍ବରୁ ଭଉଣୀ ଓ ତା’ର ଦୁଇ ମଧ୍ୟ ଘରକୁ ଆସିଗଲେ । ଘରେ ଶୋଇବା ପାଇଁ ଜାଗା ନାହିଁ । ବିଜୁଳି ନଥିବାରୁ ଗରମରେ ହନ୍ତସନ୍ତ ହେଉଥିଲେ ଘରଲୋକେ । କିନ୍ତୁ କିଛି ଉପାୟ ନଥିଲା । ରାଜକୁମାର ବାଧ୍ୟ ହୋଇ ବାହାରେ ଶୋଉଥିଲେ । ତେଣୁ ରାଜକୁମାର ମନେ ମନେ ଏପରି ଏକ ଯନ୍ତ୍ର ତିଆରି କରିବା ପାଇଁ ଚାହୁଁଥିଲ ଯେଉଁଥିଲେ ପବନ ବି ଆସିବ ଓ ଅନ୍ୟ କାମ ମଧ୍ୟ କରିହେବ । ଆଉ ସେ ତିଆରି କରିଥିଲେ କାଠରେ ତିଆରି ରୋବଟ୍ । ତେବେ ରୋବଟ୍ ତିଆରି କରିବା ପାଇଁ ରଜନୀକାନ୍ତଙ୍କ ସିନେମା ତାଙ୍କୁ ପ୍ରେରଣା ଦେଇଥଲା ।