ପିଆଜ ଦରବୃଦ୍ଧିରୁ ମିଳିବ ମୁକ୍ତି : ଚଳିତ ମାସ ଶେଷ କିମ୍ବା ଆସନ୍ତା ମାସ ପ୍ରଥମ ସପ୍ତାହରେ କମିବ ଦର

592

କମିବ ପିଆଜ ଦର : ପିଆଜ ଦରବୃଦ୍ଧିରୁ ମୁକ୍ତି ମିଳିବ । ମାସ ଶେଷ ସୁଦ୍ଧା ଦର କମିବ । ନୂଆ ବର୍ଷରେ କମିବ ପିଆଜ ଦର । ଏହି ମାସ ଶେଷ କିମ୍ବା ଆସନ୍ତା ମାସ ପ୍ରଥମରୁ ପିଆଜ ଦର କମିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମନ୍ତ୍ରୀ କହିଛନ୍ତି, ପ୍ରବଳ ବର୍ଷା ସାରା ଦେଶର ଚାଷୀଙ୍କ ଅଂଟା ଭାଙ୍ଗିଦେଇଛି ।

୧୨ ଲକ୍ଷ ମେଟ୍ରିକ ଟନ ପିଆଜ ଦେଶରେ ଦୈନିକ ଆବଶ୍ୟକ । ୧ ଲକ୍ଷ ମେଟ୍ରିକ ଟନ ପିଆଜ ବିଦେଶରୁ ଆଣିଛନ୍ତି କେନ୍ଦ୍ର ସରକାର, ଯାହା ସମୂଦ୍ରକୁ ଶଖେଂ ।  ଚଳିତ ବର୍ଷ ୨୬ ପ୍ରତିଶତ କମ ଚାଷ ହୋଇଛି ଓଡିଶାରେ ।  ଅଧିକ ପିଆଜ ଚାଷ ପାଇଁ କୃଷକଙ୍କୁ ପ୍ରୋତ୍ସାହନ ଦେବା ଉଚିତ । ଏହା ଜାତୀୟ ବିପର୍ଯ୍ୟୟ ବୋଲି ମନ୍ତ୍ରୀ କହିଛନ୍ତି ।

 ସେପଟେ ଶସ୍ତାରେ ପିଆଜ ବିକିବା ପ୍ରସଙ୍ଗରେ କଂଗ୍ରେସକୁ କଟାକ୍ଷ କରିଛନ୍ତି ମନ୍ତ୍ରୀ ଜ୍ଝ କଂଗ୍ରେସ ଶୂନ୍ୟରେ ପିଆଜ ଉତ୍ପାଦନ କଲେ ବି ସ୍ବାଗତ କରିବୁ ବୋଲି ମନ୍ତ୍ରୀ କହିଛନ୍ତି ।

ପିଆଜ ଦର ଖାଉଟିଙ୍କୁ କଲବଲ କରିଲାଣି । ହୁତୁ ହୁତ ହୋଇ ବେଲଗାମ ଭାବେ ରାଜ୍ୟରେ ପିଆଜ ଦର ବଢିଚାଲିଛି । ଦେଶର ତଥା ରାଜ୍ୟରେ ପିଆଜ ଦର ଅହେତୁକ ଭାବେ ବୃଦ୍ଧି ପାଉଛି। ଦେଶର ବିଭିନ୍ନ ସ୍ଥାନରେ ପିଆଜ ମୂଲ୍ୟ  ୧୫୦ ଟଙ୍କାରେ ପହଞ୍ଚିଛି । ପିଆଜ ଦର ଏବେ ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ବିଭିନ୍ନ ସ୍ଥାନରେ ପିଆଜ ଚୋରି ହେବା ପରି ଘଟଣା ମଧ୍ୟ ଶୁଣିବା ପାଇଁ ମିଳୁଛି । ତେବେ ସରକାରଙ୍କ ଆଶ୍ୱସ୍ତି ବାଣୀ ପରେ ଦେଖାଯାଉ କେବେ କମୁଛି ପିଆଜ ଦର ।