ଭାରତୀୟ ରେଳବାଇର ନୂତନ ପଦକ୍ଷେପ ! ବରିଷ୍ଠ ନାଗରିକଙ୍କ ପରେ ଅନ୍ୟ ଶ୍ରେଣୀରେ ମଧ୍ୟ ଭଡ଼ା ଛାଡ଼ିବା ପାଇଁ ମିଳିବ ବିକଳ୍ପ

46

ଭାରତୀୟ ରେଳବାଇରେ ଏବେ ଆହୁରି ପରିବର୍ତ୍ତନ ହେବାକୁ ଯାଉଛି । ଭାରତୀୟ ରେଳବାଇ ଲଗାତାର ଭାବେ ଯାତ୍ରୀଙ୍କ ସୁବିଧା ପାଇଁ ପଦକ୍ଷେପ ନେଉଛି । ପ୍ଲାଟଫର୍ମର ଆଧୁନିକୀକରଣ କରିବା ଠାରୁ ଆରମ୍ଭ କରି ଯାତ୍ରୀଙ୍କ ଯାତ୍ରା ସୁଗମ କରିବା ପାଇଁ ଅଧିକ ସୁବିଧାଜନକ ବ୍ୟବସ୍ଥା କରୁଛି ରେଳବାଇ । ତେବେ ବର୍ତ୍ତମାନ ଭାରତୀୟ ରେଳବାଇ ଆଉ କିଛି ପରିବର୍ତ୍ତନ କରିବା ପାଇଁ ଯାଉଛି । ପୂର୍ବରୁ ବରିଷ୍ଠ ନାଗରିକମାନେ ଭଡ଼ା ଛାଡ଼ିବାର ବିକଳ୍ପ ଥିଲା । ଆଉ ଏକେ ବରିଷ୍ଠ ନାଗରିକଙ୍କ ତରଫରୁ ଭଡ଼ା ଛାଡ଼ ହେବା ପରେ ପରେ ଭାରତୀୟ ରେବଳାଇ ‘ଗିଭ୍ ଇଟ୍ ଆପ’ ଯୋଜନାରେ ଶ୍ରେଣୀ ବୃଦ୍ଧି କରାଇବା ପାଇଁ ପ୍ରସ୍ତୁତ ହୋଇସାରିଛି । ରେବଳାଇର ଏହି ଯୋଜନା ଦ୍ୱାରା ବାର୍ଷିକ ପାଖାପାଖି ଯାତ୍ରୀଙ୍କ ଭଡ଼ା ରୂପରେ ୩୩ ହଜାର କୋଟି ଟଙ୍କା  ସବସିଡ଼ି ବଞ୍ଚିବ ।

ଭାରତୀୟ ରେଳବାଇ ଗତବର୍ଷ ବରିଷ୍ଠ ନାଗରିକମାନେ ଛାଡ଼ କରିଥିବା ଭଡ଼ାରୁ ମିଳୁଥିବା ରିହାତିକୁ ୫୦ ପ୍ରତିଶତ ଛାଡ଼ିବା ପାଇଁ ପ୍ରସ୍ତାବ ରଖିଥିଲା । ଏହି ଯୋଜନା ଅନୁସାରେ ପାଖାପାଖି ୧୯ ଲକ୍ଷରୁ ଅଧିକ ଲୋକ ସ୍ୱଇଚ୍ଛାରେ ରିହାତି ପ୍ରଦାନ କରିଥିଲେ । ଏଥିରେ ରେଳବାଇକୁ ୨୨ ଜୁଲାଇ ୨୦୧୭ରୁ ୩୧ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ଅବଧି ମଧ୍ୟରେ ପାଖାପାଖି ୩୨ କୋଟି ଲାଭ ହୋଇଥିଲା ।

ରେଳବାଇଲ ଜଣେ ଅଧିଳାରୀ କହିଛନ୍ତି ଭଡ଼ା ଛାଡ଼ିବା ପରେ ଏହି ଯୋଜନାକୁ ୫୩ କୋଟି ଶ୍ରେଣୀ ପର୍ଯ୍ୟନ୍ତ ବୃଦ୍ଧି କରାଇବା ପାଇଁ ଯାଉଛି । ଏଥିରେ ବିକଳାଙ୍ଗ, କ୍ୟାନସର, କିଡ଼ନୀ, ହାର୍ଟ, ରୋଗୀ, ସୈନିକ, ବିଧବା ଓ ଛାତ୍ରଛାତ୍ରୀ ସାମିଲ ଅଛନ୍ତି । ରେବଳାଇ ଏହି ପ୍ରକ୍ରିୟା ପାଇଁ ଏକ ୱେବସାଇଟ୍ ମଧ୍ୟ ଉପସ୍ଥାପନ କରିଛି । ଏହି ୱେବସାଇଟ ରିୟଲ ଟାଇମ ଅପଡ଼େଟରେ ଦେଖାଇବ କେତେ ଯାତ୍ରୀ କେତେ ସବସିଡ଼ି ଛାଡ଼ିଛନ୍ତି । ଆଉ ଏହି ଉପାୟରେ କେତେ ଟଙ୍କା ବଂଚପାରିଛି ।