କଂଗ୍ରେସ ଅଧ୍ୟକ୍ଷଙ୍କ ଟାର୍ଗେଟରେ ମୋଦି : କାଙ୍କେରରେ ମୋଦି ଓ ରମଣ ସିଂଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କଲେ ରାହୁଲ ଗାନ୍ଧୀ

99

କନକ ବ୍ୟୁରୋ : ପୁଣିଥରେ ରାହୁଲ ଗାନ୍ଧୀଙ୍କ ଟାର୍ଗେଟରେ ପ୍ରଧାନମନ୍ତ୍ରୀ ମୋଦି  । କାଙ୍କେରରେ ଆଜି କଂଗ୍ରେସ ଅଧ୍ୟକ୍ଷ ମୋଦିଙ୍କ ଉପରେ ଜୋରଦାର ବର୍ଷିଛନ୍ତି  । ବିଭିନ୍ନ ପ୍ରସଙ୍ଗରେ ରାହୁଲ ମୋଦିଙ୍କୁ କଡ଼ା ସମାଲୋଚନା କରି ଥିବା ବେଳେ ନିର୍ବାଚନୀ ମଇଦାନକୁ ସରଗରମ କରିଛି ରାହୁଲ ଗାନ୍ଧୀଙ୍କ ଅଭିଭାଷଣ  ।

ଛତିଶଗଡରେ ଆଉ ଦିନକ ପରେ ପଡିବ ପ୍ରଥମ ପର୍ଯ୍ୟାୟ ଭୋଟ୍ । ତେବେ ତା ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ରାହୁଲ ଗାନ୍ଧୀ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି  । ବିଜେପିର ରମଣ ସିଂ ସରକାରଙ୍କୁ ପ୍ରତ୍ୟାଖ୍ୟାନ କରି ରାଜ୍ୟରେ ପରିବର୍ତନ ଆଣିବାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି  ।

ସେପଟେ ଛତିଶଗଡ଼ରେ ମୁଙ୍ଗେଲିରେ ନିର୍ବାଚନ ପ୍ରଚାର କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୁଙ୍ଗେଲିରେ ଆୟୋଜିତ ନିର୍ବାଚନୀ ସଭାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଯୋଗୀ । ଛତିଶଗଡରେ ପ୍ରଥମ ପର୍ଯ୍ୟାୟ  ନିର୍ବାଚନ ଲାଗି ପ୍ରଚାରର ଶେଷ ଦିନରେ ସେ କହିଛନ୍ତି ବିପତି ସମୟରେ ଇଟାଲୀ ବୁଲିବାକୁ ଯାଆନ୍ତି କଂଗ୍ରେସ ଅଧ୍ୟକ୍ଷ । ବିପତି ସମୟରେ ରାହୁଲଙ୍କୁ ଆଇ ମନେପଡନ୍ତି । କିନ୍ତୁ ଭୋଟ ବେଳେ ଛତିଶଗଡର ସାଧାରଣ ଗରିବ ମନେ ପଡନ୍ତି ।

ଏହାସହ ରାୟପୁରରେ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏହି ଅବସରରେ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି ଅମିତ ଶାହା । କହିଛନ୍ତି, ଯେଉଁ ଦଳ ନକ୍ସଲବାଦକୁ କ୍ରାନ୍ତି ବୋଲି ସମର୍ଥନ ଜଣାଉଛି ସେହି ଦଳ ଛତିଶଗଡର ବିକାଶ କରିବ ନାହିଁ । କେନ୍ଦ୍ରରେ ଓ ରାଜ୍ୟରେ ବିଜେପି ସରକାର ସାଧାରଣ ନାଗରିକଙ୍କ ଜୀବନ ଧାରଣାରେ ଉନତିକୁ କ୍ରାନ୍ତି ଭାବରେ ଗ୍ରହଣ କରିଥିବା କହିଛନ୍ତି ଶାହା  ।