ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇ ଫସିଲେ ରାହୁଲ ! ନୋଟିସ ପଠାଇଲା ଜାତୀୟ ମହିଳା କମିସନର

226

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଇଁ ବଢିଲା ଅଡୁଆ । ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ରାହୁଲ ଦେଇଥିବା ମନ୍ତବ୍ୟ ତାଙ୍କୁ ମହଙ୍ଗା ପଡିଛି । ରାହୁଲ ଗାନ୍ଧିଙ୍କୁ ନୋଟିସ ଜାରି କରିଛି ରାଷ୍ଟ୍ରୀୟ ମହିଳା ଆୟୋଗ । ରାହୁଲ ଗାନ୍ଧି ଏକ ରାଲିକୁ ସମ୍ବୋଧିତ କରିବା ବେଳେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଜଣେ ମହିଳାଙ୍କ ପଛରେ ଲୁଚୁଛନ୍ତି ।

ରାଫେଲ ବିମାନ ସଉଦାରେ ଗଡ଼ବଡ଼ି ହୋଇଛି ଅଭିଯୋଗ କରି ପ୍ରାୟ ସମରେ ମୋଦିଙ୍କୁ ଟାର୍ଗେଟ କରୁଛନ୍ତି କଂଗ୍ରେସ ଅଧ୍ୟକ୍ଷ । ରାଫେଲ ପ୍ରସଙ୍ଗରେ ଚର୍ଚ୍ଚା ପାଇଁ ମୋଦି ଲୁଚୁଛନ୍ତି । ଜବାବ ଦେବା ପାଇଁ ବା ରାଫେଲ ଚର୍ଚ୍ଚାରୁ ବର୍ତିବା ପାଇଁ ସଂଦରରେ ଜଣେ ମହିଳାଙ୍କୁ ଆଗକୁ ପଠାଉଛନ୍ତି ।

 

ଏହାପରେ ମୋଦିଙ୍କଠୁ ଆରମ୍ଭ କରି ଅମିତ ଶାହା ଓ ଅନ୍ୟାନ୍ୟ ନେତା ରାହୁଲଙ୍କୁ ସମାଲୋଚନା କରିଥିଲେ । ଏହାସହ ରାଷ୍ଟ୍ରୀୟ ମହିଳା ଆୟୋଗ ଅଧ୍ୟକ୍ଷ ରେଖା ଶର୍ମା ଏନେଇ ଟୁଇଟ କରି ରାହୁଲଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି । ଏବଂ ରାହୁଲ ନୋଟିସ କରାଯିବ ବୋଲି ରାଷ୍ଟ୍ରୀୟ ମହିଳା ଆୟୋଗର ଅଫିସିଆଲ ଟୁଇଟର ପେଜରେ ସୂଚନା ଜାରି କରାଯାଇଥିଲା ।