କନକ ବ୍ୟୁରୋ : ରାଫେଲ ଡିଲ ନେଇ ଚୌକିଦାର ଚୋର ହେ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଜବାବ ଦାଖଲ କଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ନିଜ ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟରେ ଦୁଃଖ ପ୍ରକାଶ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । କହିଛନ୍ତତି ନିର୍ବାଚନୀ ପ୍ରଚାର କରିବାବେଳେ ଭାବପ୍ରବଣ ହୋଇ ସେ ଏପରି ବୟାନ ଦେଇଥିବା ନିଜ ଜବାବରେ ଦର୍ଶାଇଛନ୍ତି । ସୁପ୍ରିମକୋର୍ଟରେ ରାଫେଲ ଡିଲ୍ ଦୁର୍ନୀତି ମାମଲା ବିଚାରାଧୀନ ଥିବାବେଳେ ରାହୁଲ ଗାନ୍ଧି କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ମାନିଛନ୍ତି ଚୌକିଦାର ଚୋର ହୈ ।
ରାହୁଲଙ୍କ ଏହି ବୟାନକୁ କୋର୍ଟଙ୍କ ଅବମାନନା ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲା ବିଜେପି । ବିଜେପିର ଆବେଦନକୁ ଗ୍ରହଣ କରି ସର୍ବୋଚ୍ଚ ନ୍ୟାୟଳୟ କଂଗ୍ରେସ ଅଧ୍ୟକ୍ଷଙ୍କୁ ନୋଟିସ ଜାରି କରିଥିଲେ । ରାଫେଲ ଡିଲ ମାମଲାର ପୁନଃ ଶୁଣାଣି କରିବାକୁ ଖଣ୍ଡପୀଠ ଗ୍ରହଣ କରିବା ପରେ ରାହୁଲ ଏକ ନିର୍ବାଚନୀ ସଭାରେ କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ମାନିଛନ୍ତି ଚୌକିଦାର ଚୋର ହେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/RAHUL-7.jpg)