ଆଗାମୀ ମାସରେ କଂଗ୍ରେସର ସଭାପତି ଦାୟିତ୍ୱ ନେଇପାରନ୍ତି ରାହୁଲ ଗାନ୍ଧୀ!

43

କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧୀଙ୍କ ହାତରେ ଆଗାମୀ ମାସରେ ଦଳର କମାଣ ଦିଆଯାଇପାରେ । ରାହୁଲ ଗାନ୍ଧୀ ଗୁଜୁରାଟ ଓ ହିମାଚଳ ପ୍ରଦେଶର ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ସଭାପତି ରୂପରେ ନିର୍ବାଚନ ଲଢ଼ିବେ ବୋଲି ଆଶା କରାଯାଉଛି । କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧୀ ଆସନ୍ତା ଅକ୍ଟୋବରରେ ଦଳର ନେତୃତ୍ୱ ନେଇପାରନ୍ତି । କଂଗ୍ରେସର ସାଂଗଠନିକ ନିର୍ବାଚନ ପରେ ସେ ଦଳର ସଭାପତି ହୋଇପାରନ୍ତି ବୋଲି ଦଳରେ ଆଲୋଚନା ହେଉଛି । ତେବେ କଂଗ୍ରେସର ସଭାପତି ଦାୟିତ୍ୱ ନେବା ପୂର୍ବରୁ ତାଙ୍କୁ ବିରୋଧୀ ମେଣ୍ଟର ସର୍ବସମ୍ମତ ନେତା ରୂପେ ପ୍ରମାଣିତ କରିବା ପାଇଁ ଦଳର ରଣନୀତିକାରମାନେ ଯୋଜନା କରିଥିବା ଜଣାପଡ଼ିଛି ।

rahul-gandhi-ରାହୁଲ ଗାନ୍ଧୀ ସଂଗଠନର ସୁଧାର ପାଇଁ ଏବେ ପର୍ଯ୍ୟନ୍ତ ନିର୍ବାଚନ ପ୍ରକ୍ରିୟାକୁ ସମର୍ଥନ କରିଛନ୍ତି । ତାଙ୍କୁ ଦଳର ସଭାପତି ରୂପରେ ଚୟନ କରାଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ବୀରପ୍ପା ମୋଇଲୀ ଆଶା ପ୍ରକଟ କରିଛନ୍ତି । ରାହୁଲ ଗାନ୍ଧୀ ବିରୋଧୀ ଦଳର ନେତୃତ୍ୱ ନେବା ପାଇଁ ଅଖିଳେଶ ଯାଦବ, ଏମ୍ ଷ୍ଟାଲିନ, ତେଜସ୍ୱୀ ଯାଦବ, ହେମନ୍ତ ସୋରେନ, ସୁପ୍ରିୟା ସୁଲେ ଭଳି ନେତାମାନଙ୍କର ଆପତ୍ତି ନଥିବା କୁହାଯାଇଛି । ଏମାନଙ୍କ ବ୍ୟତୀତ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଧ୍ୟ ଏହାର ସପକ୍ଷରେ ରହିଥିବା ଏବଂ ଆନ୍ଧ୍ର ପ୍ରଦେଶର ଜଗନ ରେଡ୍ଡୀ, ପଶ୍ଚିମବଙ୍ଗର ମମତା ବାନାର୍ଜୀ ଓ ବାମନେତା ସୀତାରାମ ୟେଚୁରୀଙ୍କର ମଧ୍ୟ ରାହୁଲଙ୍କ ନାମ ଉପରେ ଆପତ୍ତି ନଥିବା ଚର୍ଚ୍ଚା ହେଉଛି ।

୨୦୧୯ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟକ୍କର ଦେବା ପାଇଁ ଏକ ବିରୋଧୀ ପ୍ଲାଟଫର୍ମ ସପକ୍ଷରେrahul gandhi ସମସ୍ତେ ରହିଛନ୍ତି । ପ୍ରଥମ ଥର ପାଇଁ ରାହୁଲ ଗାନ୍ଧୀ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ସେ କେବଳ କଂଗ୍ରେସର ନେତୃତ୍ୱ ନେବା ପାଇଁ ପ୍ରସ୍ତୁତ ନୁହନ୍ତି ବରଂ ପ୍ରଧାନମନ୍ତ୍ରୀ ପଦ ପାଇଁ ମଧ୍ୟ ଆଶାୟୀ । ଚର୍ଚ୍ଚା ହେଉଛି, ଦଳର ନେତୃତ୍ତ୍ୱ ଗ୍ରହଣ କରିବା ପୂର୍ବରୁ ରାହୁଲଙ୍କ ଛବିକୁ ପରିପକ୍ୱ ନେତା ରୂପେ ଉପସ୍ଥାପନ କରିବା ଆମେରିକା ଗସ୍ତର ଏକ ଅଂଶବିଶେଷ । ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଗ୍ରହୀ ଥିବା ନେଇ ଇଙ୍ଗିତ ଦେଇଛନ୍ତି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି ।

Rahul_Gandhiନିକଟରେ ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଏକ ଆଲୋଚନାଚକ୍ରରେ ଭାଗ ନେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିବା ବେଳେ ଏଭଳି ଇଚ୍ଛାବ୍ୟକ୍ତ କରିଥିଲେ ରାହୁଲ । କଂଗ୍ରେସ ଦଳ ତରଫରୁ ଯଦି ତାଙ୍କୁ ପ୍ରଧାନମନ୍ତ୍ରୀ ହେବାକୁ ପ୍ରସ୍ତାବ ଦିଆଯାଏ ତେବେ ସେଥିପାଇଁ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ । ଆଲୋଚନାଚକ୍ରରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରାହୁଲ କହିଥିଲେ ଯେ, କଂଗ୍ରେସ ତରଫରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ମୁଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ତେବେ ଦଳ ଭିତରେ ଏନେଇ ଚୂଡାନ୍ତ ନିଷ୍ପତି ନିଆଯିବ । ଜାତୀୟ ରାଜନୀତିରେ ପ୍ରମୂଖ ବିରୋଧୀ ନେତାର ଭୂମିକାରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ ଶାହାଙ୍କ ଦ୍ୱାରା ଯେଉଁ ସବୁ ଉପଲବ୍ଧିଗୁଡ଼ିକ ସଂପର୍କରେ ଦେଶରେ ପ୍ରଚାର ଓ ପ୍ରସାର କରାଯାଉଛି, ସେଗୁଡ଼ିକର ବାସ୍ତବ ଚିତ୍ର ପ୍ରସ୍ତୁତ କରିବା ପାଇଁ ଦଳ ପକ୍ଷରୁ ରିସର୍ଚ୍ଚ ଟିମ୍ ମଧ୍ୟ ଗଠନ କରାଯାଇଛି।