କଂଗ୍ରେସ ସରକାର ଗଢ଼ିଲେ ମହିଳାଙ୍କୁ ସଂରକ୍ଷଣ ଓ ଛାତ୍ରୀଙ୍କୁ ମାଗଣା ଉଚ୍ଚ ଶିକ୍ଷା ! ଜୟପୁର ସମାବେଶରେ ଘୋଷଣା କଲେ ରାହୁଲ ଗାନ୍ଧୀ

ନିର୍ବାଚନ ଆଉ ଅଳ୍ପ ଦିନ ବାକି

131

କନକ ବ୍ୟୁରୋ : ନିର୍ବାଚନ ଆଉ ଅଳ୍ପ ଦିନ ବାକି । ରାଜନୈତିକ ଦଳମାନେ ନିଜ ନିଜର ପ୍ରାଥମିକତା ଦୃଢ କରିବାରେ ଲାଗିଛନ୍ତି । ଓଡ଼ିଶା ଏବେ ସମସ୍ତ ରାଜନୈତିକ ଦଳ ଗୁଡ଼ିକ ପାଇଁ ରଣଭୂମି ପାଲଟି ଯାଇଛି । କେନ୍ଦ୍ରୀୟ ନେତାମାନେ ତୁହାକୁ ତୁହା ଓଡ଼ିଶା ଗସ୍ତରେ ଆସୁଛନ୍ତି । କହିବାକୁ ଗଲେ ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ଆରମ୍ଭ ହୋଇଯାଇଛି ପ୍ରଚାର ଯୁଦ୍ଧ । ସେହିପରି ଆଜି କୋରାପୁଟ ଜୟପୁର ଗସ୍ତରେ ଆସିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ରାହୁଲ ଗାନ୍ଧୀଙ୍କ ଗସ୍ତରେ କଂଗ୍ରେସ କର୍ମୀମାନେ ଉତ୍ସାହିତ ହୋଇପଡ଼ିଛନ୍ତି ।

ଜୟପୁରରେ ଆୟୋଜିତ ମହିଳା ସମାବେଶରେ ସାମିଲ ହୋଇଛନ୍ତି ରାହୁଲ ଗାନ୍ଧୀ । ମହିଳା ଦିବସ ଅବସରରେ ପ୍ରଥମେ ମହିଳା ସମାବେଶରେ ଯୋଗ ଦେଇ ସିଧାସଳଖ ମହିଳାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ସ୍ଥାନୀୟ ଗାନ୍ଧି ଛକ ସ୍ଥିତ ଶିବ ସାଇ ଫଙ୍କସନ୍ ହଲରେ କଂଗ୍ରେସ ପକ୍ଷରୁ ଆୟୋଜିତ ମହିଳା ସମାବେଶରେ ମହିଳାଙ୍କ ସହ ଆଲୋଚନା କରିଛନ୍ତି । ସମାଜରେ ମହିଳାଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ମହିଳାଙ୍କୁ ମାଗଣାରେ ଉଚ୍ଚଶିକ୍ଷା ମିଳିବା ଉଚିତ । ବିଶେଷତ! ଆଦିବାସୀ ଓ ଆର୍ଥିକ ଅନଗ୍ରସର ମହିଳାଙ୍କୁ ମାଗଣା ଶିକ୍ଷା ମିଳିବା ଉଚିତ । କଂଗ୍ରେସ ସକରାର ଗଢ଼ିଲେ ଏଦିଗପ୍ରତି ଧ୍ୟାନ ଦିଆଯିବ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

source : Google

ଏହାବ୍ୟତୀତ ସେ ସବୁ ଜିଲ୍ଲାରେ ହସ୍ପିଟାଲ ହେବା ଦରକାର ଏବଂ ପ୍ରସୂତି ଡାକ୍ତରଖାନାରେ ପହଂଚି ପାରିଲେ ମାତୃମୃତ୍ୟୁ ହାର କମିବ ବୋଲି କହିଛନ୍ତି ରାହୁଲ । କଂଗ୍ରେସ ଶାସନକୁ ଆସିଲେ ମହିଳା ସଂରକ୍ଷଣକୁ ନିଶ୍ଚିତ କରିବେ ବୋଲି କହିଛନ୍ତି ରାହୁଲ । ଓଡିଶାରେ ବେକାରି ସମସ୍ୟା ରହିଛି, ନିଯୁକ୍ତି ମିଳିପାରୁନାହିଁ । କାରଣ ମଧ୍ୟମ ଧରଣର ଶିଳ୍ପାନୁଷ୍ଠାନ ପାଖରେ ଅର୍ଥର ଅଭାବ ରହିଛି, ବ୍ୟାଙ୍କ ଛୋଟ, ମଧ୍ୟମ ଧରଣର ଶିଳ୍ପାନୁଷ୍ଠାନକୁ ଋଣ ଦେଉନାହାନ୍ତି । ତେଣୁ ରୋଜଗାର ସୃଷ୍ଟି ହୋଇପାରୁନାହିଁ ବୋଲି ରାହୁଲ କହିଛନ୍ତି । ଏହାପରେ ଜୟପୁର ଏକମ୍ବାରେ ଆୟୋଜିତ ପରିବର୍ତନ ସଂକଳ୍ପ ସମାବେଶ ସାଧାରଣ ସଭାକୁ ଉଦ୍ବୋଧନ ଦେବେ ରାହୁଲ । ସୁରକ୍ଷା ଦୃଷ୍ଟିରୁ ୧୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି ।