ସେନା ପାଇଁ ଅମୋଘ ଅସ୍ତ୍ର ! ଲୁଚିକି ଆକ୍ରମଣ କରିପାରିବେ ନାହିଁ ଶତ୍ରୁ, ହୃତସ୍ପନ୍ଦନର ସଂଖ୍ୟା କହିବ ରାଡ଼ାର 

98

ଆଉ ଲୁଚିକି ଆକ୍ରମଣ କରିପାରିବେ ନାହିଁ ଶତ୍ରୁ । ୨୦ ମିଟର ଦୂରରେ ଥିବା କାନ୍ଥ ପଛ ପଟେ କେତେ ଜଣ ଶତ୍ରୁ ଲୁଚିଛନ୍ତି, ତାହା କହିବ ଥୁର ୱାଲ ଇମେଜ ରାଡ଼ାର । ବୈଦୁତିକ ଚୁମ୍ବକୀୟ ତରଙ୍ଗ ଜରିଆରେ ଶତ୍ରୁଙ୍କ ହୃଦସ୍ପନ୍ଦନ ଗଣି ତାଙ୍କର ସଂଖ୍ୟା କହିଦେବ ଏହି ରାଡ଼ାର । ଇଲେକ୍ଟ୍ରୋନିକ୍ସ ଆଣ୍ଡ ରାଡ଼ାର ଡେଭଲପମେଂଟ ଏଷ୍ଟାବ୍ଲିସମେଂଟ ବେଙ୍ଗାଲୁରରେ ସ୍ୱତନ୍ତ୍ର ଭାବେ ସେନା ପାଇଁ ପ୍ରସ୍ତୁତ କରିଛି ରାଡ଼ାର । ଚନ୍ଦ୍ରଶେଖର ଆଜାଦ କୃଷି ଓ ପ୍ରାଦ୍ଦୌଗିକ ବିଶ୍ୱବିଦ୍ୟାଳୟରେ ଲଗାଯାଇଥିବା ୟୁପି ଡିଫେନ୍ସ ଏକ୍ସପୋରେ ଟେକନିକାଲ ଅଫିସର ଏହି ସ୍ୱତନ୍ତ୍ର ରାଡ଼ାର ବିଷୟରେ ଜଣାଇଛନ୍ତି ।

ଏକ୍ସପୋରେ ଡିଆରଡ଼ିଓ, ଅର୍ଡ଼ିନାନନ୍ସ ଫ୍ୟାକ୍ଟ୍ରି ବ୍ୟତୀତ ଜଳ, ସ୍ଥଳ, ବାୟୁ ସେନାର ଅନ୍ୟ ଷ୍ଟଲ ସବୁ ଲାଗିଥିଲା । ଏହା ବ୍ୟତୀତ ସୈନ୍ୟ ଉପକରଣର ନିର୍ମାଣ କରୁଥିବାରୁ ପ୍ରଦର୍ଶନୀ କରାଯାଇଥିଲା । ଲୁଚିକି ଆକ୍ରମଣ କରୁଥିବା ଶତ୍ରୁକୁ ମାତ୍ ଦେବାପାଇଁ ୱିପନ୍ ଲୋକେସନ୍ ରାଡ଼ାର ଓ ଆଣ୍ଟି ମାଇନ୍ ରାଡ଼ାର ମଧ୍ୟ ପ୍ରସ୍ତୁତ କରାଯାଇଛି । ତେବେ ଏକ୍ସପୋରେ ପ୍ରଦର୍ଶିତ ହୋଇଥିବା  ମିଡ଼ିୟମ ପାୱର ରାଡ଼ାର ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଥିଲା । ବହୁ ଉଚ୍ଚରେ ଉଡ଼ୁଥିବା ଯୁଦ୍ଧ ବିମାନକୁ ରେଡ଼ିଓ ତରଙ୍ଗ ଜରିଆରେ ଟ୍ରେସ୍ କରାଯାଇପାରିବ ।

ଏହା ବ୍ୟତୀତ ଡିଆରଡ଼ିଓ ସାଢ଼େ ୪ କିଲୋଗ୍ରାମର ଏପରି ଏକ ବୁଲେଟ୍ ପ୍ରୁଫ୍ ଜ୍ୟାକଟେ୍ ପ୍ରସ୍ତୁତ କରିଛନ୍ତି, ଯାହା ଏକେ-୪୭ ବୁଲେଟ ରୋକିବା ପାଇଁ ସକ୍ଷମ ହେବ । ଏହାବ୍ୟତୀତ ସେନାର ଆଖି ସଦୃଶ ଅନ୍ଧାରରେ ଶତ୍ରୁ ପାଇଁ ନାଇଟ୍ ଭିଜନ୍ କ୍ୟାମେରା ପ୍ରସ୍ତୁତ କରିଛି ଡିଆରଡ଼ିଓ । ୪ କିମି ପର୍ଯ୍ୟନ୍ତ ଦେଖିପାରିବ ଏହି କ୍ୟାମେରା । କ୍ୟାମେରାରେ ୫ଟି ସେନ୍ସର ଓ ନାଇଟ୍ ଥର୍ମାଲ ଇମେଜର ଲାଗିଛି ଯାହା ରାତିରେ ସୀମାକୁ ଜଗିବ । ଖୁବ ଶୀଘ୍ର ସେନାକୁ ଏହି ସେନା ପାଖରେ ପହଞ୍ଚିବ । ଏହାର ସଫଳ ପରୀକ୍ଷଣ ହୋଇସାରିଛି ।