ମୋଦିଙ୍କୁ ସମାଲୋଚନା, ନବୀନଙ୍କୁ ପ୍ରକୃତ ରାଜନେତାର ଆଖ୍ୟା ! ଆଇନ୍ ସମସ୍ତଙ୍କ ପାଇଁ ସମାନ ହେବା ଆବଶ୍ୟକ ବୋଲି କହିଲେ ପୂର୍ବ ନିର୍ବାଚନ କମିସନ୍

2,055

କନକ ବ୍ୟରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁରି ଭୁରି ପ୍ରଶଂସା । ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତରେ ସମୟରେ ହୋଇଥିବା ହେଲିକପ୍ଟର ଯାଂଚକୁ ନେଇ ଏପରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୂର୍ବ ନିର୍ବାଚନ କମିସନ୍ ଡକ୍ଟର ଏସ.ୱାଇ କ୍ୟୁରେସି । ଜଣେ ସହଯୋଗ କଲେ, ଆଜ ଜଣଙ୍କ ପାଇଁ କର୍ତ୍ତବ୍ୟ କରୁଥିବା ଅଧିକାରୀ ନିଲମ୍ବିତ ହେଲେ । ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଂଚ ମାମଲାରେ ଜଣେ ଆଇଏଏସ ଅଧିକାରୀଙ୍କୁ ନିଲମ୍ବନ କରିବା ଦୁଭାର୍ଗ୍ୟଜନକ । ସାମ୍ବିଧାନିକ ସଂସ୍ଥାର ଛବି ସୁଧାରିବାର ସୁଯୋଗ ହାତଛଡା ହୋଇଗଲା ବୋଲି କହିଛନ୍ତି କ୍ୟୁରେସି । ନିର୍ବାଚନ କମିସନ ଓ ପ୍ରଧାନମନ୍ତ୍ରୀ ଉଭୟେ ଏନେଇ ଜନତାଙ୍କୁ ଜବାବ ଦେବା ଉଚିତ୍ । ନିୟମ ସମସ୍ତଙ୍କ ପାଇଁ ସମାନ । ପ୍ରଧାନମନ୍ତ୍ରୀ ହୁଅନ୍ତୁ ବା ସାଧାରଣ ଜନତା ସମସ୍ତ ଗୋଟିଏ ନିୟମରେ ବନ୍ଧା । ଏହାକୁ ଉଲ୍ଲଂଘନ କରିବା ଦୁର୍ଭାଗ୍ୟପୂର୍ଣ୍ଣ ।

ଗୋଟିଏ ପଟେ ଫ୍ଲାଇଂ ସ୍କ୍ୱାର୍ଡ଼ ଦ୍ୱାରା ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ମଧ୍ୟ ଯାଂଚ ହୋଇଥିଲା । ଆଉ ସେଥିରେ ମୁଖ୍ୟମନ୍ତ୍ରୀ କୌଣସି ବିରୋଧ ତଥା ଉଁ ଚୁଁ ନକରି ଚେକିଂରେ ସହଯୋଗ କରିଥିଲେ । ଚେକିଂ ସରିବା ପର୍ଯ୍ୟନ୍ତ ଚୁପଚାପ ବସି ରହିଥିଲେ । ଯାଂଚ ବେଳେ ନବୀନ ପଟ୍ଟନାୟକ କୌଣସି ପ୍ରତିକ୍ରିୟା ପ୍ରକାଶ ନକରି ଟିମକୁ ସ୍ୱାଗତ କରିଥିଲେ । ନିର୍ବାଚନ କମିସନଙ୍କ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ବିଜେଡ଼ି ସଭାପତି । ମୁଖ୍ୟମନ୍ତ୍ରୀ ନବୀନଙ୍କ ଠାରୁ କିଛି ଶିଖିବା ଦରକାର । ସେ ହିଁ ପ୍ରକୃତ ରାଜନେତା ତାଙ୍କ ଠାରୁ ଅନେଜ ଜିନିଷ ଶିଖିବା ଆବଶ୍ୟକ ।

ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ଓ ନିର୍ବାଚନ କମିସନଙ୍କ ଉପରେ ସବୁବେଳେ ଲୋକଙ୍କ ନଜରରେ ରହିଆସିଛି । ପ୍ରଧାନମନ୍ତ୍ରୀ ସବୁବେଳେ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରୁଛନ୍ତି । ଆଉ ନିର୍ବାଚନ କମିସନ ବାରମ୍ବାର ଏହାକୁ ଅଣଦେଖା କରୁଛନ୍ତି । ମୋଦିଙ୍କ ହେଲିକପ୍ଟର ଯାଂଚ ଦ୍ୱାରା ଜନତାଙ୍କୁ ଏକ ଉତ୍ତମ ସନ୍ଦେଶ ଯାଇଥାଆନ୍ତା । ଆଇନ ଆଖିଲେ ସମସ୍ତେ ସମାନ ବୋଲି ଲୋକେ ଅନୁଭବ କରିପାରିଥାଆନ୍ତେ । ରାଜ୍ୟର ମୁଖ୍ୟମନ୍ତ୍ରୀ ଆଇନକୁ ସମ୍ମାନ ଜଣାଇବା ସହ ପ୍ରଧାନମନ୍ତ୍ରୀଙ୍କ ଏତାଦୃଶ୍ୟ ପଦକ୍ଷେପ ଯୋଗୁଁ ବିଭିନ୍ନ ପ୍ରଶ୍ନ ଉଠୁଛି । ଦେଶରେ ଏପରି ଏକ ସମ୍ବେଦନଶୀଳ ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ଖୋରାକ ଯୋଗାଇଛନ୍ତି ।