ଉପାନ୍ତକୁ ବଳିଗଲା ଉପକୂଳ ! କେନ୍ଦ୍ରାପଡା ରାଜନଗରରେ କ୍ୱାକଙ୍କ ଭରସାରେ ଚିକିତ୍ସା

82

କନକ ବ୍ୟୁରୋ : ବଣ ପାହାଡ ଘେରା ଉପାନ୍ତକୁ ବଳି ଗଲା ଉପକୂଳର ବିପର୍ଯ୍ୟସ୍ତ ଚିକିତ୍ସା ବ୍ୟବସ୍ଥା । କେନ୍ଦ୍ରାପଡା ରାଜନଗରରେ କ୍ୱାକଙ୍କ ଭରସାରେ ଚାଲିଛି ଚିକିତ୍ସା । ପ୍ରଶାସନ ଅଧିକାରୀଙ୍କ ସଲାସୁତରାରେ କ୍ୱାକ୍ ମାନେ ଦୋକାନ ଖୋଲି ରୋଗୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ।

ଦେଶୀ କ୍ୱାକ୍ ଭରସାରେ ଚିକିତ୍ସା । ମୋବାଇଲରେ ରେକର୍ଡ ଦେଶୀ କ୍ୱାକଙ୍କ ଚିକିତ୍ସା ଦୃଶ୍ୟ । ଆଉ ଏ ଘଟଣାଟି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଂଚଳର । ବ୍ଲକର ଏକ ମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ରାଜନଗର ସମେତ ମହାକାଳପଡା ଓ ପଟ୍ଟାମୁଣ୍ଡାଇର କିଛି ପଂଚାୟତର ଲୋକ ନିର୍ଭର କରିଥାନ୍ତି । ହେଲେ ଏହି ଡାକ୍ତରଖାନାରେ ଡାକ୍ତର ଅଭାବ ଯୋଗୁଁ କ୍ୱାକମାନେ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି । ବିଭିନ୍ନ ସ୍ଥାନରେ ମେଡିସିନ୍ ଷ୍ଟୋର ଖୋଲି ବେଆଇନ୍ କ୍ଲିନିକ୍ କରି ରୋଗୀଙ୍କୁ ଶୋଷଣ କରୁଛନ୍ତି । ଅନେକ ସମୟରେ କ୍ୱାକଙ୍କ ଭୁଲ ଇଂଜେକ୍ସନ ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ତନ୍ତିଆପାଳ, କେରାଡାଗଡ, ହାତିନା, ତାଳଚୁଆ ଭଳି ବିଭିନ୍ନ ସ୍ଥାନରେ କ୍ୱାକ୍ ମାନେ ଏଭଳି ବେଆଇନ୍ ଚିକିତ୍ସା ଚଳାଇଛନ୍ତି । ଚିକିତ୍ସା ଯୋଗାଉଥିବା କ୍ୱାକମାନେ ପୁଣି କିଏ ମାଟ୍ରିକ୍ ଫେଲ ତ କିଏ ଅଷ୍ଟମ ପାସ୍ । ଡ୍ରଗ ଇନ୍ସିପେକ୍ଟରଙ୍କ ସହ ସଂପର୍କ ରଖି କ୍ୱାକମାନେ ସେମାନଙ୍କ ବେପାର ଚଳାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଚୁପ୍ ବସିଥିବା ଅଭିଯୋଗ ହୋଇଛି । ଉପାନ୍ତ ଅଂଚଳରେ କ୍ୱାକଙ୍କ ରାଜ୍ ଚାଲିଥିବା ବେଳେ ସେଥିରେ ରୋକ୍ ଲାଗିଛି ।