ପୁରୀ ଶ୍ରୀମନ୍ଦିରରେ ସକାଳୁ ସକାଳୁ ନୀତି ଶୃଙ୍ଖଳିତ ! ସ୍ୱାଭାବିକ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

91

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ସକାଳୁ ସକାଳୁ ନୀତି ଶୃଙ୍ଖଳିତ ହୋଇଛି । ସ୍ୱାଭାବିକ ଭାବେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ନୀତିକାନ୍ତି ଓ ସେବାପୂଜା ନିୟମାନୁଯାୟୀ ଚାଲିଛି । ସେବକ ଓ ପ୍ରଶାସନ ଜିଦରେ ଅଟଳ ରହିବା ଯୋଗୁଁ ଶୁକ୍ରବାର ମହାପ୍ରଭୁ ୧୩ଘଂଟା ଉପାସ ରହିଥିଲେ । ଏହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଥିଲା ।

ତାପରେ ବହୁ ବୁଝାସୁଝା ପରେ ସନ୍ଧ୍ୟାରେ ୫ଟାରେ ମହାପ୍ରଭୁଙ୍କ ନୀତି ଆରମ୍ଭ ହୋଇଥିଲା । ଏହି ଘଟଣାର ତଦନ୍ତ ହେବ ବୋଲି କହିଥିଲେ ମନ୍ଦିର ମୁଖ୍ୟ ପ୍ରଶାସକ । ଏବଂ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ତେବେ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିବା ସହ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ ଗଜପତି ମହାରାଜ ।

ସେପ୍ଣଙ୍କ ନାବାଳିକାଙ୍କୁ ଶ୍ରୀମନ୍ଦିର ଭିତରେ ଅସଦାଚରଣ ମାମଲାରେ ଗିରଫ ହୋଇଛି ଅଭିଯୁକ୍ତ କନେଷ୍ଟବଳ । ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ପୁରୀ ପୋଲିସ । ଜଣେ ୧୫ ବର୍ଷୀୟ ନାବାଳିକାଙ୍କୁ ଶ୍ରୀମନ୍ଦିର ଭିତରେ ପୋଲିସ ଅସଦାଚରଣ କରିଥିବା ଅଭିଯୋଗ ହେବା ପରେ ଛାନଭିନ୍ ଆରମ୍ଭ ହୋଇଥିଲା । ସିସିଟିଭି ଯାଂଚ ପରେ ଅଭିଯୁକ୍ତ କନେଷ୍ଟେବଳ ଛୁକେଶ ମେହେରକୁ ଚାକିରିରୁ ନିଲମ୍ବନ କରାଯାଇଥିଲା । ଏହା ପରେ ପସ୍କୋ ଆକ୍ଟରେ ମାମଲା ରୁଜୁ ହୋଇ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।