କନକ ବ୍ୟୁରୋ : ଭଙ୍ଗା କୁଡିଆରେ ସ୍କୁଲ, ରାସ୍ତାରେ ମଧ୍ୟାହ୍ନ ଭୋଜନ । ୨୦୧୦ ମସିହାରୁ ସ୍ଥାପିତ ହୋଇଥିବା ପୁରୀ ଜିଲ୍ଲା ଗୋପ ବ୍ଲକର କୁଲଙ୍ଗ ପ୍ରାଥମିକ ବିଦ୍ୟାଳୟ ଭଙ୍ଗା ଝାଟି ମାଟିର କୁଡିଆରେ ଚାଲିଛି । ପାଂଚ ଶ୍ରେଣୀ ବିଶିଷ୍ଟ ଏହି ସ୍କୁଲ ପାଇଁ ଘର ନାହିଁ । ଗୋଟିଏ କୁଡିଆ ଭିତରେ ପିଲାଏ ପାଠ ପଢୁଥିବା ବେଳେ ସେହିଠାରେ ହିଁ ମଧ୍ୟାହ୍ନ ଭୋଜନ ରୋଷେଇ କରାଯାଉଛି ।
ମଧ୍ୟାହ୍ନ ଭୋଜନ ଖାଇ ଅନେକ ସ୍ଥାନରେ ଛାତ୍ରଛାତ୍ରୀ ଗୁରୁତର ହେବାର ଖବର ଆସିବା ପରେ ମଧ୍ୟାହ୍ନ ଭୋଜନ ରୋଷେଇ ଉପରେ ଗୁରୁତ୍ୱ ଦେଇଛନ୍ତି । ହେଲେ ଏଠାରେ ସ୍କୁଲ କୁଡିଆ ଭିତରେ ଚାଲିଥିବା ବେଳେ ରାସ୍ତାରେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି ଛାତ୍ରଛାତ୍ରୀ । ସର୍ବଶିକ୍ଷା ପକ୍ଷରୁ ୨୦୧୪-୧୫ ଆର୍ଥିକ ବର୍ଷରେ ବିଦ୍ୟାଳୟର ନୁତନ ଗୃହ, ଶୌଚାଳୟ , ରୋଷ ଘର ପାଇଁ ଆସିଛି ୧୪ ଲକ୍ଷ ଟଙ୍କାର ଅନୁଦାନ । ଘର ନିର୍ମାଣ ହୋଇଛି ହେଲେ ଅଧାରେ ପଡିଛି । ଫଳରେ ବିପଦ ସଂକୁଳ ଝାଟିମାଟି ଘରେ ଚାଲିଛି ପାଠପଢା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/08/Screen-shot-2017-08-31-at-5.55.34-PM.png)