ପୁରୀ : ଗୋପ ସେନାପତି ସାହିରେ ଜମି ବାଡିକୁ କେନ୍ଦ୍ର କରି ୨ ଭାଇଙ୍କ ମଧ୍ୟରେ ସଂଘର୍ଷ, ୩ ଗୁରୁତର

26

କନକ ବ୍ୟୁରୋ : ପାରିବାରିକ କଳହରୁ ସଂଘର୍ଷ । ଜମି ବାଡିକୁ କେନ୍ଦ୍ର କରି ୨ ଭାଇଙ୍କ ମଧ୍ୟରେ ହୋଇଥିବା ହିଂସାରେ ୩ ଜଣ ଗୁରୁତର ହୋଇଛନ୍ତି । ପୁରୀ ଜିଲ୍ଲା ଗୋପ ସେନାପତି ସାହିରେ ଦେଖାଦେଇଛି ହିଂସା । ଜମିବାଡି ଭାଗ ବଂଟାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଆଜି ସକାଳୁ ବୁଦ୍ଧନାଥ ସେନାପତି ଓ ଦାମୋଦର ସେନାପତିଙ୍କ ମଧ୍ୟରେ ବଚସା ହୋଇଥିଲା ।

ଏଥିରେ ଉତ୍ୟକ୍ତ ହୋଇ ଦାମୋଦର ସେନାପତି ଓ ତାଙ୍କ ପୁଅ ବୁଦ୍ଧନାଥ ସେନାପତିଙ୍କ ପୁଅ ମନୋରଂଜନ ଓ ସ୍ତ୍ରୀ ଅହଲ୍ୟା ସେନାପତିକୁ ଟାଙ୍ଗିଆ ଓ ସାବଳରେ ଆକ୍ରମଣ କରିଛନ୍ତି । ଅଗ୍ନିଶମ ବିଭାଗ ମନୋରଂଜନ ଓ ଅହଲ୍ୟାଙ୍କୁ ଉଦ୍ଧାର କରି ଗୋପ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ତେବେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।