କନକ ବ୍ୟୁରୋ : ହୁ ହୁ ହୋଇ ଜଳିଗଲା କାର୍ । ପୁରୀ ଚନ୍ଦନପୁର ଓଭରବ୍ରିଜ ନିକଟରେ ଜଳିଗଲା କାର୍ । ଓଆର ୦୨ ବିଏସ ୫୩୩୫ ନମ୍ବର ଗାଡିରେ ପୁରୀ ଚୁଡଙ୍ଗ ସାହିର ଯୁଧିଷ୍ଠିର ଲେଙ୍କା ଯାଉଥିବା ବେଳେ ହଠାତ୍ ଇଂଜିନରେ ନିଆଁ ଲାଗିଯାଇଥିଲା । ଏହା ଦେଖି ସେ ତୁରନ୍ତ ଗାଡିରୁ ଓହ୍ଲାଇ ଯାଇଥିଲେ । ପରେ ଗାଡି ସମ୍ପୂର୍ଣ୍ଣ ଜଳି ଯାଇଛି । ପୁଲିସ ଘଟଣାସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp