କନକ ବ୍ୟୁରୋ : ଅଶାନ୍ତ ହୋଇପଡିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳ । ଏଠି କୂଳଲଂଘୁଛି ସମୁଦ୍ର । ଲଘୁଚାପ ଓ ଅମାବାସ୍ୟା ପ୍ରଭାବରେ ଅସ୍ତରଙ୍ଗ ମୂହାଣରେ ମାଡ କରୁଛି ୫ ମିଟରର ଜୁଆର । ଫଳରେ ଉପକୂଳକୁ ସୁରକ୍ଷା ଦେଉଥିବା ଝାଉଁ ଜଙ୍ଗଲ ଏବେ ଧ୍ୱଂସ ହୋଇଗଲାଣି । ଜୁଆର ମାଡରେ ବାଲୁକା କ୍ଷୟ ହେବା ପରେ ସମୂଦ୍ରକୂଳରେ ଥିବା ଗାଁ ବିପଦରେ ପଡିଛି । ଉତାଳ ଢେଉରେ ବଡବଡ ଅତଡା ଖସିବା ପରେ ଅସ୍ତରଙ୍ଗ ବ୍ଲକ ଛୁରିଆନା ପଂଚାୟତର ୭ଟି ଗାଁର ଲୋକଙ୍କ ନିଦ ହଜିଯାଇଛି ।
କୂଳ ଲଂଘୁଛି ସମୁଦ୍ର ! ଲଘୁଚାପ ଓ ଅମାବାସ୍ୟାରେ ଅସ୍ତରଙ୍ଗ ମୂହାଣରେ ମାଡ କରୁଛି ୫ ମିଟରର ଜୁଆର
/kanak/media/post_attachments/wp-content/uploads/2017/09/1-57.jpg)