ପଞ୍ଜାବରେ ଭୀଷଣ ଜଳସଙ୍କଟ : ମୋଦିଙ୍କୁ ସାହାଯ୍ୟ ମାଗିଲେ କ୍ୟାପଟେନ୍ ଅମରିନ୍ଦର ସିଂ, ପାକିସ୍ତାନକୁ ପାଣି ବନ୍ଦ କରି ରାଜ୍ୟକୁ ଦେବାକୁ ଦାବି

261

କନକ ବ୍ୟୁରୋ : ପ୍ରବଳ ଖରା ସାଙ୍ଗକୁ ପଞ୍ଜାବରେ ଉତ୍କଟ ଜଳ ସଙ୍କଟ । ସାଧାରଣ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ଗୋଟିଏ ପଟେ ଗରମରେ ଘରେ ରହିବା ଅସହ୍ୟ ହେଉଥିବା ବେଳେ ଅନ୍ୟପଟେ ପାଣିି ଟୋପାଏ ପାଇଁ ଛଟପଟ ହେଉଛନ୍ତି ଲୋକେ । ପିଇବା ପାଣି ପାଇଁ ଲୋକଙ୍କ ମଧ୍ୟରେ ମାଡ଼ଗୋଳ ପରିସ୍ଥିତି ସୃଷ୍ଟି ହେଉଛି । ଜଳ ଆବଣ୍ଟନକୁ ନେଇ ରାଜ୍ୟ ରାଜ୍ୟ ମଧ୍ୟରେ ବିବାଦ ଲାଗିରହୁଛି । ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଜଳ ସଙ୍କଟ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ସାହାଯ୍ୟ ମାଗଛନ୍ତିି । ପଞ୍ଜାମ ଗଭୀର ଜଳ ସଙ୍କଟର ସାମ୍ନା କରୁଥିବାରୁ ପ୍ରଧାନମନ୍ତ୍ରୀ ସାହାଯ୍ୟ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।

ପାଣିକୁ ନେଇ ଅନେକ ରାଜ୍ୟ ମଧ୍ୟରେ ବିବାଦ ଚାଲିଛି । ନଦୀ ଜଳ ନ୍ୟାୟାଧିକରୀଣ ଗଠନ ପାଇଁ ଭାରତ ସରକାଙ୍କ ନିକଟରେ ଦାବି କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ଏହାପୂର୍ବରୁ ଶନିବାର ଦିନ ନୀତି ଆୟାଗ ବୈଠକରେ ଚିଠି ମାଧ୍ୟମରେ ଜଳ ସଂଙ୍କଟ ନେଇ ନିଜ ଦାବି ଉପସ୍ଥାପନ କରିଥିଲେ ଅମରିନ୍ଦର ସିଂ । ରାଜ୍ୟ ରାଜ୍ୟ ମଧ୍ୟରେ ପାଣିକୁ ନେଇ ଚାଲିଥିବା ବିବାଦର ସାମାଧାନ ପାଇଁ ଏକ ନୂଆ ନ୍ୟାୟାଧିକରଣ ସ୍ଥାପନ ହେବା ଉଚିତ ବୋଲି କହିଥିଲେ ।

ଏହାବ୍ୟତୀତ କୃଷିସଙ୍କଟ ଯୋଗୁଁ ମୁସ୍କିଲ ଜୀବନ ବିତାଉଥିବା କୃଷକ ମାନଙ୍କ ହତି ପାଇଁ ପୁଣି ଥରେ କ୍ଷଣଛାଡ଼ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅପିଲ କରିଛନ୍ତି । କିଶାନ ସମ୍ମାନ ନିଧି ଯୋଜନାର ପରିସର ବଢ଼ାଇ ବାର୍ଷିକ ୬ହାଜରରୁ ୧୨୦୦୦ କରିବା ପାଇଁ ଦାବି କରିଛନ୍ତି । କେନ୍ଦ୍ର ସରକାର ପାକିସ୍ତାନକୁ ୧୫,୦୦୦ ରୁ ୨୦,୦୦୦ କ୍ୟୁସେକ ଜଳ ଦେବାର ଅଭିଯୋଗ କରିଛନ୍ତି ମଧ୍ୟ କରିଛନ୍ତି । ଶତ୍ରୁ ଦେଶକୁ ପାଣି ଦେବା ଯୋଗୁଁ ରାଜ୍ୟର ପ୍ରମୁଖ ସହରର ନଦୀ ଗୁଡ଼ିକ ଶୁଖିବଲା ପଡ଼ୁଛି । ପାକିସ୍ତାନକୁ ପାଣି ବନ୍ଦ କରି ପଞ୍ଜାବକୁ ପାଣି ଦେବା ପାଇଁ ଅନୁରୋଧ କରାଯାଇଛି ।