ଅଶ୍ରୁଳ ଆଖିରେ କନୌଜ ସହିଦଙ୍କ ଅନ୍ତିମ ସଂସ୍କାର ! ମୁଖାଗ୍ନି ଦେବା ପରେ ବେହୋସ୍ ହୋଇଗଲା ୧୦ ବର୍ଷୀୟ ଝିଅ

267

ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ୍ ଯବାନ ପ୍ରଦୀପ ସିଂ ଯାଦବଙ୍କ ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନ ସହ ସୁଖସେନପୁରର ଅମାନ ଗାଁରେ ହୋଇଯାଇଛି । ସହିଦ ଯବାନଙ୍କ ୧୦ ବର୍ଷୀୟ ଝିଅ ବୀର ପିତାଙ୍କୁ ମୁଖ୍ୟାଗ୍ନି ଦେଇଛି । ଯବାନମାନେ ସାଥୀଙ୍କୁ ସଲାମ କରିଛନ୍ତି । ପତାଙ୍କୁ ହରାଇବାର ଦୁଃଖରେ ମୁଖ୍ୟାଗ୍ନି ଦେବାପରେ ସହିଦଙ୍କ ଝିଅ ସୁପ୍ରିୟା ବେହୋସ ହୋଇଗଲେ । ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ମେଡ଼ିକାଲକୁ ନିଆଗଲା । ଯାହାଦ୍ୱାରା ପରିବଶେ ଅଧିକ ଶୋକାକଳ ହୋଇଯାଇଥିଲା ।

ଅନ୍ତିମ ସଂସ୍କାର ସମୟରେ ରାଜ୍ୟ ବୀର ପୁତ୍ରକଙ୍କୁ ବିଦାୟ ଦେବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା । ଲଗାତାର ସହିଦ ପ୍ରଦୀପ ସିଂ ଅମର ରହେ ଓ ଭାରତ ମାତା କି ଜୟ ନାରାରେ ପ୍ରକମ୍ପିତ ହେଉଥିଲା ପରିବେଶ । ଆଉ ସେହି ସମୟରେ ସହିଦଙ୍କ ବାପା ଅରମ ସିଂହ ଯାଦବ, ମା ସରୋଜିନୀ ଦେବୀ , ଭାଇ କୁଳଦୀପ, ପତ୍ନୀ ନୀରଜ ଯାଦବ ଓ ଝିଅ ସ୍ରୁପ୍ରିୟା ଆଖିରୁ ଲୁହ ରୋକିପାରୁନଥିଲେ ।