ଅନୁଗୁଳ : ନାଲକୋଠାରେ ପ୍ରତିଷ୍ଠା ହେବାକୁ ଥିବା ଆଲୁମିନିୟମ ପାର୍କକୁ ସ୍ଥାନୀୟ ଲୋକଙ୍କ ବିରୋଧ

37

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲା ନାଲକୋଠାରେ ପ୍ରତିଷ୍ଠା ହେବାକୁ ଥିବା ଆଲୁମିନିୟମ ପାର୍କକୁ ବିରୋଧ କରୁଛନ୍ତି ସ୍ଥାନୀୟ ଲୋକେ । ପ୍ରଶାସନ ପକ୍ଷରୁ ହେବାକୁ ଥିବା ଜମି ଚିହ୍ନଟ ପ୍ରକ୍ରିୟାକୁ ବିରୋଧ କରିଛନ୍ତି ଗାଡରଖାଇ, ଲଙ୍ଗୁଡିଆବେଡା, ଓ ତୁଳସୀପାଳ ଗାଁ ଲୋକେ । ଲୋକଙ୍କ ଦାବି ଯଦି ଏଠାରେ ପାର୍କ ପ୍ରତିଷ୍ଠା କରାଯିବ ତାହେଲେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ବିସ୍ଥାପିତ କରାଯାଉ ।

ନଚେତ ପାର୍କ କାମ କରାଇଦେବୁ ନାହିଁ ବୋଲି ସ୍ଥାନୀୟ ଲୋକ ଚେତାବନୀ ଦେଇଛନ୍ତି । ଏହି ପାର୍କ ପ୍ରତିଷ୍ଠା ପାଇଁ ଇଙ୍ଗକୋ ଜମି ଅଧିଗ୍ରହଣ କରୁଛି । ତେବେ ପାର୍କ ପାଇଁ ୪୫୦ଏକର ଜମି ଆବଶ୍ୟକତା ରହିଥିବାବେଳେ ସେଥି ମଧ୍ୟରୁ ୨୩୪ ଏକର ଜମି ଅଧିଗ୍ରହଣ ଶେଷ ହୋଇଛି । ତେବେ ବାକି ଜମି ଅଧଗ୍ରହଣକୁ ବିରୋଧ କରୁଛନ୍ତି ଲୋକେ ।