କନକ ବ୍ୟୁରୋ : ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଉରକେଲା ସହରରେ ଭୟାବହ ଅଗ୍ନିକାଣ୍ଡ । ସୂଚନା ଅନୁଯାୟୀ, ରାଉରକେଲା ସହରର ମଙ୍ଗଳ ଭବନ ନିକଟରେ ଥିବା ଏକ କପଡ଼ା ଦୋକାନର ଗୋଦାମ ଘରେ ନିଆଁ ଲାଗି ଦୋକାନର ପ୍ରାୟ ୭ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ଦୁଇଟି ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲେ ।
ଗତକାଲି ବିଳମ୍ବିତ ରାତିରେ ମଙ୍ଗଳ ଭବନ ନିକଟରେ ଥିବା କପଡ଼ା ଦୋକାନର ଗୋଦାମ ଘରେ ନିଆଁ ଲାଗିଥିଲା । ଏହା ଦେଖିବାମାତ୍ରେ ସ୍ଥାନୀୟ ଲୋକ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା। ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ଦୁଇଟି ଦମକଳ ଗାଡ଼ିକୁ ଏହି ନିଆଁକୁ ଆୟତ୍ତ କରିବାକୁ ପଡ଼ିଥିଲା । ତେବେ ଏଥିରେ ଦୋକାନର ବ୍ୟାପକ କ୍ଷତି ହୋଇଯାଇଛି । ପ୍ରାୟ ୭ ଲକ୍ଷ ଟଙ୍କାର କପଡ଼ା ପୋଡ଼ି ଯାଇଥିବା କୁହାଯାଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/fabric-depot-750x430.jpg)