ପ୍ରଶଂସକଙ୍କ ସହ ବିୟୁଟି ଟିପ୍ସ ସେୟାର କଲେ ଦେଶୀ ଗର୍ଲ !

174

ବଲିଉଡ୍ ଅଭିନେତ୍ରୀର ଇଂଟରନ୍ୟାସନାଲ୍ ନାୟିକାର ଆଖ୍ୟା ପାଇଥିବା ଅଭିନେତ୍ରୀ ପିଗି ଚପ୍ସଙ୍କ ବିୟୁଟିରେ ପାଗଳ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ । ଏମିତିରେ ତ ବିଶ୍ୱ ସୁନ୍ଦରୀର ଆଖ୍ୟା ପାଇଛନ୍ତି ପ୍ରିୟଙ୍କା, ହେଲେ ନିଜ ଅଭିନୟ ସଫର ଭିତରେ ତାଙ୍କ ସୁନ୍ଦରତାରେ ଅନେକ ପରିବର୍ତନ ଦେଖିବାକୁ ମିଳିଛି । ଆଉ ଏବେ ସେ ନିଜ ଫ୍ୟାନ୍ସଙ୍କ ସହ ସେୟାର୍ କରିଛନ୍ତି ତାଙ୍କର କିଛି ବିୟୁଟି ଟିପ୍ସ । ତାହାଲେ ଚାଲନ୍ତୁ ଜାଣିବା ପ୍ରିୟଙ୍କାଙ୍କ ବିୟୁଟି ଟିପ୍ସ ।

ବଲିଉଡ୍ ପିଗି ଚପ୍ସ ପ୍ରିୟଙ୍କା ଚୋପ୍ରା । ଫ୍ୟାନ୍ସମାନଙ୍କର ଷ୍ଟାଇଲ୍ ଆଇକନ୍ । ନିଜ ଷ୍ଟାଇଲ୍ ଆଉ ବିନ୍ଦାସ୍ ଅନ୍ଦାଜ ପାଇଁ ଆଜି ହଲିଉଡରେ ବି ସ୍ୱତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି ଏହି ଅଭିନେତ୍ରୀ । ତେବେ ଯାହା ତାଙ୍କ ପ୍ରଶଂସକଙ୍କୁ ବେଶି ଆକୃଷ୍ଟ କରିଥାଏ, ସେଇଟା ହେଲା ପ୍ରିୟଙ୍କାଙ୍କ ଗ୍ଲାମରସ୍ ଅନ୍ଦାଜ ଓ ତାଙ୍କ ଲୁକ୍ସ । ନିକଟରେ ଫିଲ୍ମଫେୟାର୍ ପକ୍ଷରୁ କରାଯାଇଥିବା ଏକ ଫଟୋସୁଟରେ ବଲିଉଡ୍ ପିଗି ଚପ୍ସ ନିଜର ଏମିତି ଅନେକ ବିୟୁଟି ସିକ୍ରେଟ୍ ସେୟାର୍ କରିଛନ୍ତି ।