ମହାରାଷ୍ଟ୍ର ସୋଲାପୁରରେ ଗର୍ଜିଲେ ମୋଦି : କହିଲେ ସଂରକ୍ଷଣକୁ ନେଇ ବିରୋଧୀ ଦେଶବାସୀଙ୍କୁ ଭୁଆଁ ବୁଲାଉଛନ୍ତି

105

କନକ ବ୍ୟୁରୋ : ମହାରାଷ୍ଟ୍ର ସୋଲାପୁରକୁ ଦିନିକିଆ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ଏକ ଜନସଭାକୁ ସମ୍ବୋଧିତ କରି ମୋଦି କହିଛନ୍ତି ସଂସଦରେ ଏକ ଐତିହାସିକ ବିଲ ପାସ ହୋଇଛି ।  ଗରିବ ସବର୍ଣ୍ଣଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବିଲ ଉପରେ ମୋହର ମାରି ସବକା ସାଥ୍ ସବକା ବିକାଶ କାର୍ଯ୍ୟକ୍ରମକୁ ଆଗକୁ ବଢାଇଛନ୍ତି  । ସାମାଜିକ ନ୍ୟାୟ ଦିଗରେ କେନ୍ଦ୍ର ସରକାର କାମ କରୁଛନ୍ତି ୍ଟଶ ଥିସହ ଦେଶର ଏକତା ଓ ଅଖଣ୍ଡତା ସହ  ସାମାଜିକ ନ୍ୟାୟ ପାଇଁ  ସଂରକ୍ଷଣ  ଦେବା କାମ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି  । ଏହି ଅବସରରରେ ବିରୋଧୀଙ୍କୁ ସେ ଟାର୍ଗେଟ କରିଛନ୍ତି  । ବିରୋଧୀ ଦେଶର ଜନତାଙ୍କୁ ଭୂଆଁ ବୁଲାଉଥିବା ମୋଦି ଅଭିଯୋଗ କରିଛନ୍ତି  ।  ସୋଲାପୁରରେ ପହଁଚିବା ପରେ ଉସ୍ମାନାବାଦ ହାଇୱେରେ ୧୨୦କୋଟିର ଡ୍ରେନେଜ ଲାଇନର ଉଦଘାଟନ କରିଛନ୍ତି  । ୨୦୧୪ ନିର୍ବାଚନ ପରେ ଦ୍ୱିତୀୟ ଥର ପାଇଁ ମୋଦି ସୋଲାପୁର ଗସ୍ତ କରିଛନ୍ତି  ।

ସେପଟେ ରାଜସ୍ଥାନରେ କୃଷକ ରାଲିକୁ ସମ୍ବୋଧିତ କରିଛନ୍ତି ରାହୁଲ ଗାନ୍ଧି  । କହିଛନ୍ତି ଦେଶରେ କୃଷକଙ୍କ ଭବିଷ୍ୟତ ଅନିଶ୍ଚିତତା ଘେରକୁ ଚାଲିଯାଇଛି । କୃଷକଙ୍କ ପାଇଁ ପୁଣି ଏକ ସବୁଜ ବିପ୍ଳବ ଆଣିବାକୁ ପଡିବ  । ସେଥିପାଇଁ ନୂଆ ନୀତି ଆସିବା ଦରକାର  । ସେହିରି ରାହୁଲ କହିଛନ୍ତି ମୋଦି ସରକାର ଯାହା ସାଢେ ୪ବର୍ଷରେ କରିପାରିଲେ ନାହିଁ ତାହା କଂଗ୍ରେସ ୨ ଦିନରେ କରିଦେଖାଇଲା । ରାଫେଲ ଡିଲ ନେଇ ମଧ୍ୟ ଜୟପୁରରେ ମୋଦିଙ୍କୁ ରାହୁଲ ଘେରିଛନ୍ତି । ବିଧାନସଭା ନିର୍ବାଚନରେ ଦଳ ବାଜିମାତ୍ କରିବା ପରେ ରାଜସ୍ଥାନକୁ ରାହୁଲଙ୍କ ଏହା ପ୍ରଥମ ଗସ୍ତ ।