ପୁରା ହେଲା ପୁଲୱାମା ଆକ୍ରମଣର ପ୍ରତିଶୋଧ । ମୋଦି କହିଲେ, ଭାରତ ମା’ର ମୁଣ୍ଡ ନଇଁବାକୁ ଦେବି ନାହିଁ 

500

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ୨୦୧୯ରେ ପୁଣି ଥରେ ଶାସନକୁ ଆସିବା ପାଇଁ ନରେନ୍ଦ୍ର ମୋଦି ଗୋଟିଏ ପରେ ଗୋଟିଏ ରାଜ୍ୟରେ ରାଲି କରୁଛନ୍ତି । ଆଜି ରାଜସ୍ଥାନର ଚୁରୁରେ ନିର୍ବାଚନୀ ଜନସଭାରେ ଯୋଗଦେବା ପାଇଁ ପହଞ୍ଚିଛନ୍ତି ମୋଦି । ପାକିସ୍ତାନ ଉପରେ ଭାରତୀୟ ବାୟୁସେନା ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକ୍ ପରେ ଏହା ମୋଦିଙ୍କ ପ୍ରଥମ ରାଲି । 

ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନୀ ରାଲିରେ କହିଛନ୍ତି ଆଜି ଦେଶରେ ଖୁସିର ମାହୋଲ । ବାୟୁସେନା ପକ୍ଷରୁ ହୋଇଥିବା ଆକ୍ରମଣକୁ ପ୍ରଶଂସା କରିଛନ୍ତି ମୋଦି । ଏହି ଆକ୍ରମଣ ସହିଦ ଯବାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ବୋଲି ମଧ୍ୟ କହିଛନ୍ତି । ମୋଦି କହିଛନ୍ତି ଦେଶ ସୁରକ୍ଷିତ ହାତରେ ଅଛି । ୨୦୧୪ରେ ମୁଁ ଶପଥ ନେଇଥିଲି ମୁଁ ଦେଶର ମୁଣ୍ଡ ନଇଁବା ପାଇଁ ଦେବିନାହିଁ । ଦେଶକୁ ଅଟକିବାକୁ ଦିଆଯିବ ନାହିଁ । ଦେଶ । ଦେଶ ଠାରୁ ବଡ଼ କିଛି ନୁହେଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କବିତା ପଢ଼ିଛନ୍ତି ।  ଦେଶର ନିର୍ମାଣରେ ଲାଗିଥିବା ବ୍ୟକ୍ତିଙ୍କୁ ପ୍ରଣାମ କରିଛନ୍ତି ମୋଦି ।

ନିର୍ବାଚନୀ ରାଲିରେ ମୋଦି ଜାତୀୟ ଯୁଦ୍ଧ ସ୍ମାରକ କଥା ଉଠାଇଛନ୍ତି । ଏହାବ୍ୟତୀତ ମୋଦି ହିଛନ୍ତି ସରକାର କୃଷକଙ୍କ ପାଇଁ ଏବେ ପର୍ଯ୍ୟନ୍ତ ସବୁଠାରୁ ବଡ଼ ଯୋଜନା ‘ପିଏମ୍ କିଷାନ୍ ଯୋଜନା’ ଲାଗୁ କରିଛନ୍ତି । ଏହାଦ୍ୱାରା ସମସ୍ତ ଛୋଟ ଚାଷୀ ଓ ସୀମାନ୍ତ ଚାଷୀଙ୍କୁ ବାର୍ଷିକ ୬୦୦୦ ଟଙ୍କା ଦିଆଯିବ । ତେବେ ରାଜସ୍ଥାନର  କଂଗ୍ରେସ ସରକାର ଏବେ ପର୍ଯ୍ୟନ୍ତ କେନ୍ଦ୍ରକୁ ଯୋଗ୍ୟ କୃଷକଙ୍କ ତାଲିକା ପଠାଇ ନାହିଁ ବୋଲି କହିଛନ୍ତି । ଯଦ୍ୱାରା ଲୋକଙ୍କୁ ଲାଭ ମିଳପାରିନାହିଁ ।