ଘୋଷଯାତ୍ରାକୁ ଆଉ ମାତ୍ର ଦୁଇ ଦିନ ବାକି ! ସୁରକ୍ଷା ପାଇଁ ପୁଲିସର ମକଡ୍ରିଲ

26

କନକ ବ୍ୟୁରୋ : ଘୋଷଯାତ୍ରାକୁ ଆଉ ମାତ୍ର ଦୁଇ ଦିନ ବାକି ରହିଛି । ପବିତ୍ର ଘୋଷଯାତ୍ରାରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ । ଏଥିପାଇଁ ଏହି ସମୟରେ ସୁରକ୍ଷା ବ୍ୟବସ୍ଥା ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ ।

ଚଳିତ ରଥଯାତ୍ରା ପାଇଁ ପୁଲିସ ପକ୍ଷରୁ ମକ୍ ଡ୍ରିଲ କରାଯାଇଛି । ପୁଲିସ ଡିଜି କେ.ଭି ସିଂହଙ୍କ ନେତୃତ୍ୱରେ ହୋଇଥିବା ମକ୍ ଡ୍ରିଲରେ ଆଇଜି ସଂଜୀବ ପଣ୍ଡା, ଅସିତ୍ ପାଣୀଗ୍ରାହୀ ଓ ଏଡିଜି ବିନୟାନନ୍ଦ ଝା ଉପସ୍ଥିତ ଥିଲେ । ସୁରକ୍ଷା, ଟ୍ରାଫିକ ଓ ଭିଭିଆଇପି ସୁରକ୍ଷା ନେଇ ଡିଜିପି ସମୀକ୍ଷା କରିଛନ୍ତି ।

ରଥଯାତ୍ରା ବେଳେ ପୁରୀରେ ୧୨୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ସୁରକ୍ଷା ଦାୟିତ୍ୱରେ ରହିବେ ସତ୍ୟଜିତ ମହାନ୍ତି , ଟ୍ରାଫିକ ଦାୟିତ୍ୱରେ ରହିବେ ଆଇଜି ସଞ୍ଜୟ ପଣ୍ଡା, ବରିଷ୍ଠ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଶ୍ରୀମନ୍ଦିର ନୀତିକାନ୍ତି ତଦାରଖ କରିବେ ।