ଓଡ଼ିଶା ରହଣୀ ବେଳେ ପାରମ୍ପରିକ ଓଡିଆ ଖାଦ୍ୟ ଖାଇବେ ରାମନାଥ କୋବିନ୍ଦ ! ଖାଦ୍ୟ ତାଲିକାରେ ଖେଚୁଡି, ଡାଲମା ଓ ରସଗୋଲା

58

କନକ ବ୍ୟୁରୋ : ଖେଚୁଡି ଓ ଡାଲମା ଖାଇବେ ରାଷ୍ଟ୍ରପତି । ଏଥିସହ ସୁସ୍ୱାଦୁ ଓଡିଆ ପାରମ୍ପରିକ ଖାଦ୍ୟର ମେନୁ ପ୍ରସ୍ତୁତ କରାଯାଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଇଁ । କଟକର ଆନନ୍ଦ ଭବନରେ ବିଜୁ ସଂଗ୍ରହାଳୟ ଉଦଘାଟନ ଓ ଆଇଆଇଟିର ସମାବର୍ତ୍ତନ ଉତ୍ସବ ପରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡିଶା ଆସୁଥିବା ରାଷ୍ଟ୍ରପତିଙ୍କ ପାଇଁ ବ୍ଲୁ ବୁକ୍ ଅନୁସାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଡାଇନିଂ ଟେବୁଲରେ କ’ଣ ରହିବ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମେନୁ ?

ରାତ୍ରୀଭୋଜନରେ ରାଷ୍ଟ୍ରପତିଙ୍କ ପାଇଁ ରହିଛି ୪୦ ପ୍ରକାରର ସ୍ୱତନ୍ତ୍ର ଓଡିଆ ଖାଦ୍ୟ । ସେଥିରେ ରହିଛି ଓଡିଶାର ସ୍ୱତନ୍ତ୍ର ଖେଚୁଡି ଓ ଡାଲମା । ଏହି ଖେଚୁଡି ଓ ଡାଲମା ପ୍ରସ୍ତୁତ କରୁଛନ୍ତି କିଛି ଖାସ୍ ରୋଷେୟା । ଏଥିସହ ପ୍ରସ୍ତୁତ ହେବ ପୋଡ ପିଠ । ତେବେ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସୁଗାର ଫ୍ରି ପୋଡ ପିଠା ପ୍ରସ୍ତୁତ କରାଯାଉଛି । ଆଉ ଏସବୁ ସହ ରାଷ୍ଟ୍ରପତିଙ୍କ ପାଇଁ ସ୍ୱତନ୍ତ୍ର ରସଗୋଲା, କାକରା ଓ କ୍ଷୀର ସାଗର ଭଳି ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରାଯିବ । ଏସବୁ ଖାଦ୍ୟକୁ ପୁରୀର ମେ ଫେୟାର ହୋଟେଲ ପକ୍ଷରୁ ପ୍ରସ୍ତୁତ କରାଯାଉଛି । ଏହାସହ ମହାପ୍ରସାଦର ବ୍ୟବସ୍ଥା ମଧ୍ୟ କରାଯାଇଛି । ଅନ୍ୟପଟେ ପରଦିନ ସକାଳ ସମୟରେ, ଜଳଖିଆରେ ମଧ୍ୟ ପାରମ୍ପରିକ ଓଡିଆ ଖାଦ୍ୟର ବ୍ୟବସ୍ଥା କରାଯାଉଛି ।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ପ୍ରସ୍ତୁତି ମଧ୍ୟ ଜୋରଦାର ହୋଇଛି । ଗସ୍ତକୁ ଦୃଷ୍ଟିରେ ରଖି ଶୁକ୍ରବାର କାର୍କେଡ ରିହରସାଲ୍ କରାଯାଇଛି । ଶନିବାର ସକାଳ ୧୦ଟା ୪୫ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ ରାଷ୍ଟ୍ରପତି । ଏଥିପାଇଁ ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୃତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ । କଡା ସୁରକ୍ଷା ବଳୟ ଭିତରେ ଭୁବନେଶ୍ୱରରୁ କଟକ ଯିବେ ରାଷ୍ଟ୍ରପତି । ଦିନ ୧୧ଟା ୫୫ରୁ ୧୨ ୧୦ ଯାଏଁ ନେତାଜି ବାର୍ଥ ପ୍ୟାଲେସରେ କାର୍ଯ୍ୟକ୍ରମ ରହିଛି । ୧୨ଟା ୧୫ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଆନନ୍ଦ ଭବନରେ ପହଂଚିବେ । ସେଠାରେ ବିଜୁ ପାଠାଗାର ଓ ବିଜୁ ସଂଗ୍ରାଳୟର ଉନ୍ମୋଚନ । ତାପରେ ଅର୍ଥାତ୍ ଦିନ ୧ଟା ୧୫ରୁ ଦିନ ୩ଟା ୨୫ରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବ । ଏହାପରେ ଦିନ ୩ଟା ୩୦ରୁ ୪ଟା ୧୫ରେ ଫାଉଣ୍ଡେସନ ଡେ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାପରେ ରାଷ୍ଟ୍ରପତି ଠକ୍ ରାତି ୮ଟା ସମୟରେ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି ।

୨ଦିନିଆ ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଶନିବାର ପୁରୀର ସର୍କିଟ ହାଉସରେ ରାତ୍ରି ଯାପନ କରିବା ପରେ, ରବିବାର ଭୁବନେଶ୍ୱର ରାଜଭବନରେ ବିଶ୍ରାମ ନେବେ । ଏହାପରେ ଦ୍ୱିିପ୍ରହରରେ ଅରୁଗୁଳର ଆଇ.ଆଇ.ଟି କାର୍ଯ୍ୟକ୍ରମରେ ଯୋଗ ଦେବେ  ଏବଂ ସଂଧ୍ୟାରେ ଦିଲ୍ଲୀ ଫେରିଯିବେ ରାମନାଥ୍ କୋବିନ୍ଦ ।