ଆଇଏସ୍ ବିରୋଧୀ ସଂଗ୍ରାମରେ ବିଜୟୀ ହେଲେ ଟ୍ରମ୍ପ ସରକାର ! ସିରିଆରୁ ସୈନ୍ୟ ପ୍ରତ୍ୟାହର ଆରମ୍ଭ କଲା ଆମେରିକା

105

କନକ ବ୍ୟୁରୋ : ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ବିରୋଧରେ ଚାଲିଥିବା ସଂଗ୍ରାମରେ ବିଜୟୀ ହୋଇଛନ୍ତି ବୋଲି ଦାବି କରି ସିରିଆରୁ ଯୁକ୍ତରାଷ୍ଟ୍ର ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଥିବା କଥା ଡୋନାଲ୍ଡ୍ ଟ୍ରମ୍ପ୍ ନେତୃତ୍ୱାଧୀନ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଶାସନ ଘୋଷଣା କରିଛି । ଅବଶ୍ୟ, ଯୁକ୍ତରାଷ୍ଟ୍ର ଆମେରିକା ପ୍ରଶାସନ ଏ ସଂକ୍ରାନ୍ତରେ ସମୟ ନିର୍ଘଣ୍ଟର କୌଣସି ସବିଶେଷ ବିବରଣୀ ଦେଇ ନାହିଁ । ଆମେରିକା ଆଞ୍ଚଳିକ ଖଲିଫାରାଜ ଉପରେ ବିଜୟୀ ହୋଇଥିବା ଦାବି କରି ବୁଧବାର ଦିନ ଏକ ବିବୃତିରେ ହ୍ଵାଇଟ୍ ହାଉସର ମୁଖପାତ୍ର ସାରା ସାଣ୍ଡର୍ସ କହିଛନ୍ତି, ଆମେ ଏହି ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟକୁ ଯିବା ସହ ଆମେରିକା ଫେରିବା ଆରମ୍ଭ କରିଛୁ ।

ଅଭିଯାନାର ନିରବଚ୍ଛିନ୍ନତା ଉପରେ ଗୁରୁତ୍ୱାରୋପ କରିବାସ ଯୁକ୍ତରାଷ୍ଟ୍ର ଆମେରିକା ସେନା ଆମେରିକୀୟ ସୈନ୍ୟ ପ୍ରତ୍ୟାହାର କରାଇ ଆଣିବା ପ୍ରକ୍ରିୟା ଆରମ୍ଭ କରି ସାରିଛି ବୋଲି କହି, ପରେ ପେଣ୍ଟାଗନ୍ ମଧ୍ୟ ହ୍ଵାଇଟ୍ ହାଉସର ଦାବିକୁ ଦୋହରାଇଛି । ପେଣ୍ଟାଗନ୍ ମୁଖପାତ୍ରୀ ଡାନା ହ୍ଵାଇଟ୍ ଟୁଇଟ୍ କରି କହିଛନ୍ତି, ସହଯୋଗୀତା ଆଇଏସ୍-ଅଧିକୃତ ଅଞ୍ଚଳକୁ ସ୍ୱାଧୀନ କରିଛି, କିନ୍ତୁ ଆଇଏସ୍ ବିରୋଧରେ ଅଭିଯାନ ସରିନାହିଁ । ୨୪ ଘଣ୍ଟା ମଧ୍ୟରେ ସମସ୍ତ ୟୁଏସ୍ ଷ୍ଟେଟ୍ ଡିପାର୍ଟମେଣ୍ଟ୍ ପର୍ସୋନେଲକୁ ସିରିଆରୁ ପ୍ରତ୍ୟାହାର କରି ନିଆଯିବ । ଯୁଦ୍ଧ ବିକ୍ଷତ ଏଇ ଆରବ ଦେଶରୁ ସୈନ୍ୟ ପ୍ରତ୍ୟାହାର ନିମନ୍ତେ ୬୦ ରୁ ୧୦୦ ଦିନ ଲାଗି ପାରେ ବୋଲି ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ।