ଗୋଟିଏ ସରକାର ହେଲେ ଦୁଇ ପ୍ରକାର ଆଇନ

21

କନକ ବ୍ୟୁରୋ : ଗୋଟିଏ ସରକାର । ହେଲେ ଦୁଇ ପ୍ରକାର ଆଇନ । ନବରଙ୍ଗପୁରରେ ବିକ୍ଷୋଭ ପ୍ରଦର୍ଶନ କରିବାରୁ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କୁ ମିଳିଛି ଜେଲ ଦଣ୍ଡ । ସଙ୍ଗେ ସଙ୍ଗେ ତାଂକୁ ବାନ୍ଧିଛି ପୋଲିସ । ହେଲେ ଆଇନଶୃଂଖଳା ଭାଙ୍ଗି କେନ୍ଦ୍ର ମନ୍ତ୍ରୀଙ୍କ ଗାଡି ଉପରେ ଆକ୍ରମଣ କରିଥିବା ବିଜେଡି ବିଧାୟକ ମନାଉଛନ୍ତି ବିଜୟ ଉତ୍ସବ । ପୋଲିସ୍ ଉପସ୍ଥିତିରେ ସବୁ ଚାଲିଥିବା ବେଳେ ଯେପରି ହାତ ଟେକିଦେଇଛି ସରକାର । ପ୍ରଶ୍ନ ଉଠୁଛି, କଂଗ୍ରେସ ପାଇଁ ସରକାର ଶକ୍ତ ଆଉ ନିଜ ଦଳ ପାଇଁ କଣ ଆଇନ କୋହଳ?

ଆଇନର ଦୁଇଟି ଦିଗ ଦେଇ ଏବେ ଗତି କରୁଛି ରାଜ୍ୟ ରାଜନୀତି । ୧୭ବର୍ଷରୁ ଗୃହ ବିଭାଗକୁ ନିଜ ଅଧୀନରେ ରଖିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ତଦନ୍ତ ପ୍ରକ୍ରିୟାକୁ ବାରମ୍ବାର ପ୍ରଭାବିତ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଏହା ସହ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଭଙ୍ଗାରୁଜା ଘଟଣା : ସୁରେଶ ପୂଜାରିଙ୍କ ଅଭିଯୋଗ, ଚାପରେ ଦଫା ବଦଳାଇଲା ପୁୁଲିସ୍