ପାଣି ପାଇଁ କଥା କଟାକଟି : ପାନୀୟ ଜଳ ଯୋଗାଣ ପ୍ରସଙ୍ଗରେ ପ୍ରତାପ ଜେନାଙ୍କୁ ଘେରିଲେ ପ୍ରଦୀପ ମହାରଥୀ, ନବୀନ ବାବୁଙ୍କ ନାଁନେଇ ମନ୍ତ୍ରୀମାନେ ପାର ହେବାକୁ ଚାହୁଁଛନ୍ତି ବୋଲି ସାଂଘାତିକ ଆଣିଲେ ଦଳୀୟ ବିଧାୟକ

475

କନକ ବ୍ୟୁରୋ : ପାଣି ପାଇଁ ମନ୍ତ୍ରୀ-ବିଧାୟକ କଳି । ବିଧାୟକ ପ୍ରଦୀପ ମହାରଥୀଙ୍କ ଟାର୍ଗେଟରେ ମନ୍ତ୍ରୀ । ବିଧାନସଭା ଶୀତକାଳୀନ ଅଧିବେଶନର ଷଷ୍ଠ ଦିନରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରିଛନ୍ତି ଦଳୀୟ ବିଧାୟକ ପ୍ରଦୀପ୍ ମହାରଥୀ । ନବୀନ ବାବୁଙ୍କ ନାଁ ନେଇ ମନ୍ତ୍ରୀ ଖସିଯିବାକୁ ଚାହୁଁଛନ୍ତି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି । ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହ ସ୍ବାଭାବିକ ରହିଛି । ପ୍ରାରମ୍ଭିକ ଭାବେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଉପରେ ଆଲୋଚନା ହୋଇଛି ।

କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀ ପ୍ରତାପ ଜେନା ଆଜି ବିଧାନସଭା ଉତ୍ତରରେ କହିଛନ୍ତି, ୨୦୨୦ ସୁଦ୍ଧା ସବୁ ଗାଁକୁ ପାଇପ୍ ଯୋଗେ ପାଣି ଯୋଗାଇ ଦିଆଯିବ । ରାଜ୍ୟର ମୋଟ୍ ୪୭୩୬୬ ଗାଁରୁ ପ୍ରାୟ ୧୯୫୦୪ ଗାଁକୁ ପାନୀୟ ଜଳଯୋଗଣ ହୋଇଛି ।  ବାକି ୨୭୮୮୨ ଗାଁକୁ ଗାଁ ଗୁଡ଼ିକୁ ମଧ୍ୟ ଖୁବ ଶୀଘ୍ର ପାନୀୟ ଜଳ ଯୋଗାଣ କରାଯିବ ବୋଲି କୁହାଯାଇଛି । ସହରାଞ୍ଚଳର ପ୍ରତି ଘରକୁ ପିଇବା ପାଣି ବ୍ୟବସ୍ଥା ଖୁବଶୀଘ୍ର ସମାପ୍ତ କରାଯିବ । ଏହାସହ ମନ୍ତ୍ରୀ କହିଛନ୍ତି ପାଇପ୍ ପାଣି ଯୋଗାଣ ପାଇଁ ରାଜ୍ୟ ସରକାର ୧୭,୩୭୨ ଟଙ୍କା ଖର୍ଚ୍ଚ କରିଛନ୍ତି । କିନ୍ତୁ ୫ ବର୍ଷରେ କେନ୍ଦ୍ର ସରକାର ମାତ୍ର ୫୪୯ କୋଟି ଟଙ୍କା ଅନୁଦାନ ଦେଇଛନ୍ତି ।

ତେବେ ମନ୍ତ୍ରୀଙ୍କ ଏହି ଉତ୍ତରକୁ ନେଇ ଟାର୍ଗେଟ କରିଛନ୍ତି ପ୍ରଦୀପ ମହାରଥୀ । ବିଧାୟକ କହିଛନ୍ତି ପାଣି ଯୋଗାଇବା ପାଇଁ ମନ୍ତ୍ରୀ କହୁଛନ୍ତି, ହେଲେ ରାସ୍ତା ନିର୍ମାଣ ବେଳେ ଫାଟିଯାଉଥିବର ପାଇପକୁ ମରାମତି କରାଯାଉନି । ଏପଟେ ମନ୍ତ୍ରୀ କହୁଛନ୍ତି ଆହୁରି ୨୭୮୮୨ ଗାଁକୁ ପାଣି ଯୋଗାଇ ଦିଆଯିବ । ଦିଲ୍ଲୀ ନା ଓଡ଼ିଶା ମେକାନିଜମରେ ପାଣି ଯୋଗାଇଦିଆଯିବ ବୋଲି ପ୍ରଶ୍ନ କରିଛନ୍ତି । ମନ୍ତ୍ରୀ ସବୁବେଳେ କହୁଛନ୍ତି ତୁରନ୍ତ ପଦକ୍ଷେଫ ନିଆଯିବ । ହେଲେ ଫଳ କିନ୍ତୁ ଓଲଟା ହେଉଛି । ମନ୍ତ୍ରୀମାନେ କାମ ନକରି ନବୀନ ବାବୁଙ୍କ ନାଁ ନେଇ ପାରିହେବାକୁ ଚାହୁଁଛନ୍ତି ବୋଲି ମହାରଥୀ ସାଂଘାତିକ ଅଭିଯୋଗ ଆଣିଛନ୍ତି ।