କନକ ବ୍ୟୁରୋ : ରଙ୍ଗର ପର୍ବରେ ଲାଗିଲା ରାଜନୀତିର ରଙ୍ଗ । ନେତାଙ୍କ ହୋଲି ଉତ୍ସବରେ ବିଜେପୁର ଫଳାଫଳ ହୋଲିରେ ଲାଗିଲା ରାଜନୀତିର ରଙ୍ଗ । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ରଙ୍ଗର ପର୍ବରେ ଘାଇଲା ହୋଇଛି ବିଜେପି । ରଙ୍ଗ ଖେଳିଛନ୍ତି ବିଜୟ, ହେଲେ ପିଚକାରୀ ମାରିଛନ୍ତି ବିଜେପିକୁ । ଏପଟେ ବିଜେପି ଶିବିରରେ ହୋଲି ଟିକିଏ ଫିକା ପଡିଯାଇଛି । କିନ୍ତୁ ନେତା କହୁଛନ୍ତି ବିଜେପି ପୁଣି ବିଜୟ ଟୀକା ପିନ୍ଧିବ ।
ବିଜେଡି ନେତାଙ୍କ ହୋଲିରେ ବିଜେପୁର ବିଜୟର ରଙ୍ଗ ଲାଗିଛି । ତେଣୁ ନେତା ଖୁବ୍ ଖୁସି । ଆଉ ବିଜୟ ପରେ ପରେ ହୋଲିର ପର୍ବ ଏହି ଖୁସିର ପରିପ୍ରକାଶ ପାଇଁ ଏକ ଭଲ ଅବସର ଆଣି ଦେଇଛି । ସେପଟେ କଂଗ୍ରେସ ଶିବିରରେ ପରାଜୟର ଗ୍ଲାନି କିନ୍ତୁ ଦେଖିବାକୁ ମିଳିନାହିଁ । ସୁର ରାଉତରାୟ କହୁଛନ୍ତି କଂଗ୍ରେସର ଜିତିଲେ ବି ହୋଲି ହାରିଲେ ବି ହୋଲି ।
ସେପଟେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଶିବିରରେ ରଙ୍ଗ ଖେଳ ତ ଚାଲିଛି, ହେଲେ ବିଜେପୁର ପରାଜୟର ଛିଟା ତାଙ୍କ ମନ୍ତବ୍ୟରୁ ସ୍ପଷ୍ଟ ବାରି ହେଉଛି । ନିରଞ୍ଜନ କହିଛନ୍ତି ଆଉ ଡେରି ନକରି ଏକାଠି ହେବାର ବେଳ ଆସିଛି । ବିଜେପୁର ଉପନିର୍ବାଚନର ଫଳାଫଳ ପରେ ରଙ୍ଗର ପର୍ବ କାହା ପାଇଁ ଖୁସିକୁ ଦୁଇ ଗୁଣ କରିଦେଇଛି ତ ଆଉ କାହା ପାଇଁ ରଙ୍ଗର ଖେଳ ବି ଖୁସି ଦେଇ ପାରିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/03/Bijaya.jpg)