ଦୁଇଟି ବାଇକରେ ବି ମନ ବୁଝିଲାନି, ଦି ଭରି ସୁନା ପାଇଁ ସାତ ଜନମର ସାଥିକୁ ହତ୍ୟା କଲା ସଇତାନ୍ ସ୍ୱାମୀ . . .ମାଟିତଳୁ ପୁଲିସ କାଢିଲା ମୃତଦେହ
କନକ ବ୍ୟୁରୋ : ଦୁଇଟି ବାଇକ ପାଇ ବି ବୁଝିଲାନି ଜ୍ୱାଇଁର ମନ । ଦି ଭରି ସୁନା ପାଇଁ ସାତ ଜନମର ସାଥିକୁ ହତ୍ୟା କରି ପୋତିଦେବା ଘଟଣା ଏବେ ନୂଆପଡା ଜିଲ୍ଲାରେ ଚର୍ଚ୍ଚା ସୃଷ୍ଟି କରିଛି । ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ କୋଟଗାଁରେ ଜଣେ ବିବାହିତ ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା କରି ପୋତି ଦେଇଥିବା ମୃତ ଝିଅର ବାପା ଥାନାରେ ଅଭିଯୋଗ କରିଥିଲେ । ନିଜ ଝିଅକୁ ହତ୍ୟା କରି ମୃତଦେହ ଝିଅର ଶାଶୂଘର ଲୋକ ପୋତିଦେଇଥିବା କଥା ଅଭିଯୋଗ କରିଥିଲେ । ହତ୍ୟାକାଣ୍ଡର ୬ ଦିନ ପରେ ଆଜି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଟିତଳୁ ମୃତଦେହ ଜବତ କରି ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ତଦନ୍ତ ଆରମ୍ଭ ହେବ ବୋଲି ବୋଡ଼େନ ଥାନା ଅଧିକାରୀ କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହାପରେ ଝିଅର ମୃତ୍ୟୁ ହୋଇଯାଇଥିବା କୁହାଯାଇଥିଲା | ଜାନୁୟାରୀ ୧୬ ତାରିଖ ଦିନ ଲକ୍ଷ୍ମୀଙ୍କ ଶାଶୂଘର ପକ୍ଷରୁ ମୃତଦେହକୁ ନେଇ କୋଟଗାଁ ପାଖରେ ଥିବା ଏକ ଜଙ୍ଗଲରେ କାହାକୁ କିଛି ନ ଜଣାଇ ପୋତିଦିଆଯାଇଥିଲା | ଏହାକୁ ନେଇ ୨୦ ତାରିଖ ଦିନ ଝିଅର ବାପା ପବିତ୍ର ଚିନ୍ଦା ବୋଡ଼େନ ଥାନାରେ ଯୌତୁକ ପାଇଁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ । ଏହା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ମହିଳାଙ୍କ ମୃତଦେହକୁ ପୋତି ଥିବା ସ୍ଥାନରୁ ଉଦ୍ଧାର କରି ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ତେବେ ଯୌତୁକ ପାଇଁ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଝିଅର ବାପା ଥାନାରେ ଅଭିଯୋଗ କରିଛନ୍ତି। ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ପୁଲିସ ତଦନ୍ତ ଆରମ୍ଭ କରିବ ବୋଲି ବୋଡେ଼ନ ଥାନା ଅଧିକାରୀ କହିଛନ୍ତି |