କନକ ବ୍ୟୁରୋ : ମଦ ସମ୍ରାଟ ବିଜୟ ମାଲ୍ୟା ଆଜି ଆର୍ଥିକ ଅପରାଧୀ ଘୋଷିତ ହୋଇପାରନ୍ତି । ଏହାସହ ତାଙ୍କ ସମସ୍ତ ସମ୍ପତ୍ତି ଜବତ ହେବାର ମଧ୍ୟ ସମ୍ଭାବନା ରହିଛି । ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସ୍ୱତନ୍ତ୍ର କୋର୍ଟରେ ପୂର୍ବରୁ ନିବେଦନ କରିଥିଲେ । ବିଜୟ ମାଲ୍ୟା ଆର୍ଥିକ ଅପରାଧୀ ଘୋଷିତ ହେଲେ, ପଳାତକ ଆର୍ଥିକ ଅପରାଧୀ ଅଧନିୟମ ଅନୁସାରେ ସେ ପ୍ରଥମ ଅପରାଧୀ ହେବେ । ଏବଂ ଏହି ନିୟମ ଅନୁସାରେ ମାଲ୍ୟାଙ୍କ ସମସ୍ତ ସମ୍ପତ୍ତି ଜବତ କରିବାର ଅଧିକାର ରହିଛି ।
ଆର୍ଥିକ ପାଳତକ ଘୋଷଣା ହେବାପରେ ବିଜୟ ମାଲ୍ୟା ବ୍ରିଟେନରୁ ପ୍ରତ୍ୟାର୍ପଣ ପାଇଁ ସାହାଯ୍ୟ ମିଳିବ । ସ୍ୱତନ୍ତ୍ର କୋର୍ଟ ପୂର୍ବରୁ ବିଜୟ ମାଲ୍ୟାଙ୍କ ସମସ୍ତ ମାମଲାକୁ ଖାରଜ କରିଦେଇଛନ୍ତି । ପିଏମଏଲଏ କୋର୍ଟ ପଳାତକ ଆର୍ଥିକ ଅପରାଧୀ ଅଧିନିୟମର ଧାରା ୨ଏଫ୍ ଅନୁସାରେ ମାଲ୍ୟାଙ୍କ ବିରୋଧରେ ନିଜର ନିଷ୍ପତ୍ତି ଶୁଣାଇପାରିବେ । ଏହି ନିୟମ ଅନୁସାରେ ଅପରାଧ କରିବା ପରେ ଦେଶ ଛାଡ଼ିଯବା ଓ ଯାଂଚ ପାଇଁ କୋର୍ଟରେ ହାଜର ନହେବା ପାଇଁ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଂଟ ଜାରି ହୋଇସାରିଛି । ଯଦ୍ୱାରା ତାଙ୍କୁ ଆର୍ଥିକ ଅପରାଧୀ ଘୋଷଣା କରାଯାଇପାରିବ । ସୂଚନାଯୋଗ୍ୟ ୨୦୧୬ ମସିହାରୁ ମାଲ୍ୟା ଭାରତରୁ ଫେରାର୍ ହୋଇ ଲଣ୍ଡନରେ ଅଛନ୍ତି । ମାଲ୍ୟାଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରୁ ପାଖାପାଖି ୯ ହଜାର କୋଟି ଟଙ୍କା ଋଣ ବକେୟା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/vijay_mallya_reu55_1546666504_618x347.jpeg)
/kanak/media/post_attachments/wp-content/uploads/2018/12/VIJAYMALLYA-300x211.jpg)