କନକ ବ୍ୟୁରୋ : ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ମୋଦି । ଆଉ ଆପଣ ଯଦି ଦେଶର ପ୍ରଧାନମନ୍ତ୍ରୀଙ୍କର ଜଣେ ବଡ ପ୍ରଶଂସକ, ତେବେ ତାଙ୍କର ଝଲକ ଟିକିଏ ପାଇବା ପାଇଁ ଆପଣ ନିହାତି ବ୍ୟଗ୍ର ଥିବେ । କେଉଁଠି ଉପସ୍ଥିତ ରହିଲେ, ଆପଣ ମୋଦିଙ୍କୁ ଦେଖିପାରିବେ, ଜାଣନ୍ତୁ ମୋଦିଙ୍କ ଓଡିଶା ଗସ୍ତର ପୁରା କାର୍ଯ୍ୟସୁଚୀ ।

Advertisment

-  ବାୟୁସେନାର ସ୍ୱତନ୍ତ୍ର ବିମାନରେ ଶନିବାର ଅପରାହ୍ନ ୧ଟା ୩୦ରେ ମୋଦି ଛାଡିବେ ଦିଲ୍ଲୀ ।

-  ୩ଟା ୩୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ ।

-  ୩ଟା ୩୫ ରୁ ୩ଟା ୪୫ ପର୍ଯ୍ୟନ୍ତ ମୋଦିଙ୍କୁ ସେଠାରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ ।

-  ପ୍ରଧାନମନ୍ତ୍ରୀଙ୍କ କାରକେଡ ୩ଟା ୫୦ ମିନିଟରେ ରାଜଭବନ ଅଭିମୁଖେ ବାହାରିବ । ସାମ୍ନାରେ ରହିବ ବିଶାଳ ବାଇକ ରାଲି

- ୩ଟା ୫୫ ମିନିଟରେ ରାଜଭବନରେ ପହଂଚିବେ ମୋଦି । ରାଜଭବନ ଫାଟକ ନିକଟରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ତାଙ୍କୁ ସ୍ୱାଗତ କରାଯିବ ।

-  ୪ଟା ୪୦ରେ ନରେନ୍ଦ୍ର ମୋଦି ରାଜଭବନରୁ ଜନତା ମୈଦାନ ଅଭିମୁଖେ ବାହାରିବେ ।

- ୪ଟା ୪୫ରେ ଆଦିବାସୀ ପିଲାଙ୍କ ପକ୍ଷରୁ ଜୟଦେବ ବିହାବ ଛକରେ ମୋଦିଙ୍କୁ ସମ୍ବର୍ଦ୍ଧନା ଦିଆଯିବ ।

- ୫ଟାରେ ଜନତା ମୈଦାନରେ ପହଂଚି ଜାତୀୟ କାର୍ଯ୍ୟକାରିଣୀରେ ମୋଦି ସାମିଲ ହେବେ । ପାଖାପାଖି ରାତି ୮ଟା ୩୦ ଯାଏଁ ମୋଦି ସେଠାରେ ଉପସ୍ଥିତ ରହିବେ ।

- ୮ଟା ୩୫ରେ ମୋଦି ଜନତା ମୈଦାନରୁ ରାଜଭବନ ଅଭିମୁଖେ ବାହାରିବେ । ସେଠାରେ ପ୍ରଧାନମନ୍ତ୍ରୀ ରାତ୍ରୀଯାପନ କରିବେ ।

- ୧୬ ତାରିଖ ସକାଳ ସାଢେ ୮ଟାରେ ପାଇକ ବିଦ୍ରୋହର ବୀର ସଂଗ୍ରାମୀ ପରିବାରଙ୍କୁ ମୋଦି ରାଜଭବନରେ ସମ୍ବର୍ଦ୍ଧିତ କରିବେ ।

- ୮ଟା ୫୦ରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଯିବେ ମୋଦି । ସେଠାରେ ପାଖାପାଖି ୧୫ ମିନିଟ ରହି ଜନତା ମୈଦାନ ଅଭିମୁଖେ ସେ ବାହାରିବେ ।

-  ପୂର୍ବାହ୍ନ ସାଢେ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରାଷ୍ଟ୍ରିୟ କାର୍ଯ୍ୟକାରିଣୀରେ ଉପସ୍ଥିତ ରହିବେ ।

- ଅପରାହ୍ନ ୪ଟା ୨୦ରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସୁରାଟ ଅଭିମୁଖେ ଯାତ୍ରା କରିବେ ମୋଦି ।