ଅଟକି ଗଲେ ମୋଦି ! ୪ ବର୍ଷର ଝିଅ ପାଇଁ ଅଧାରେ ରହିଲା ରାଲି

34

ଭାରତର ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ସୁରକ୍ଷା ପ୍ରଟୋକଲ ଭାଙ୍ଗି ତାଙ୍କ ପାଖକୁ ଯିବା ଏତେ ସହଜ ନୁହଁ । ଏକଥା ସମସ୍ତେ ଜାଣନ୍ତି । ଅନେକ ଲୋକ ଏପରି କିଛି କରିଛନ୍ତି ଓ ଫଳସ୍ୱରୂପ ସେମାନଙ୍କୁ ଲମ୍ବା ସମୟ ପର୍ୟ୍ୟନ୍ତ ଏସପିଜି ଯାଞ୍ଚର ସାମ୍ନା କରିବାକୁ ପଡିଛି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତରେ ସମସ୍ତ ପ୍ରଟୋକଲକୁ ବେଖାତିର କରି ମୋଦିଙ୍କୁ ଭେଟିଛି ଗୋଟିଏ ଛୋଟ ଝିଅ । ସୁରକ୍ଷା ଘେର ଭାଙ୍ଗି ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚିଥିଲା ଏକ ଛୋଟ ଝିଅ ।

ସେହି ସମୟରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କର ରୋଡ ସୋ ମଧ୍ୟ ଆରମ୍ଭ ହୋଇଥିଲା । କଡା ସୁରକ୍ଷା ବଳୟ ଭିତରେ ଯାଉଥିଲେ ମୋଦି । ରାସ୍ତାରେ ହଜାର ହଜାର ଲୋକଙ୍କ ଭିଡ । ଏତେ କଡା ସୁରକ୍ଷା ମଧ୍ୟରେ ଏକ ୪ ବର୍ଷର ଛୋଟ ଝିଅ ନାନ୍ସି ନିଜର ପରିବାର ସହ ରାସ୍ତା କଡରେ ଛିଡା ହୋଇଥିଲା । ଅଚାନକ ସୁରକ୍ଷା ଘେରା ଟପି ସେ ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚିଥିଲା । ଏହା ଦେଖି ପୋଲିସ ଛୋଟ ଝିଅଟିକୁ ହଟାଇବାରେ ପାଇଁ ଚେଷ୍ଟା କରିଥିଲେ ।

କିନ୍ତୁ ଯେତେବେଳେ ପର୍ଯ୍ୟନ୍ତ ଯବାନ ଓ ପୋଲିସ ସେହି ଛୋଟ ଝିଅକୁ ହଟାଇ ପାରିଥାଆନ୍ତେ ମୋଦି ନାନ୍ସିକୁ ଦେଖି ନେଇଥିଲେ । ତା’ପରେ ପୁରା ଦୃଶ୍ୟ ବଦଳି ଯାଇଥିଲା । ସେହି ଛୋଟ ଝିଅକୁ ପାଖକୁ ଆଣିବା ପାଇଁ ସୁରକ୍ଷା ଯବାନଙ୍କୁ ଆଦେଶ ଦେଇଥିଲେ ମୋଦି । ସେ ଝିଅକୁ ଡାକି ତାକୁ ଗେହ୍ଲା କରିବା ସହ କିଛି ସମୟ କଥା ମଧ୍ୟ ହୋଇଥିଲେ । ଏବେ ଏହି ଛୋଟ ଝିଅଟି ତାରକା ପାଲଟି ଯାଇଛି । ସବୁ ଟିଭି ଚ୍ୟାନେଲ ଓ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ନାନ୍ସି ।

ସୌଜନ୍ୟ – ଏନଡିଟିଭି