କର୍ଣ୍ଣାଟକ ଗସ୍ତରେ ପରୋକ୍ଷରେ ଚିଦାମ୍ବରମଙ୍କୁ ଟାର୍ଗଟ କଲେ ମୋଦି ! 

30

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଦିବସୀୟ କର୍ଣ୍ଣାଟକ ଗସ୍ତରେ ଯାଇଛନ୍ତି । ସେଠାରେ ସେ ଏକ ସଭାରେ କଂଗ୍ରେସକୁ ଟାର୍ଗଟ କରିଛନ୍ତି । ଏଠାରେ ମୋଦି ବିମୁଦ୍ରକାଣକୁ ନେଇ କଂଗ୍ରେସକୁ ଜବାବ ଦେଇଛନ୍ତି ଓ ଡିଜିଟାଲ ନେଣଦେଣର ଲାଭ ବିଷୟରେ ଜଣାଇଛନ୍ତି । ସେ ବେଙ୍ଗାଲୁରୁର ଉଜିରରେ ହୋଇଥିବା ସଭାରେ କଂଗ୍ରେସ ନେତା ପି.ଚିଦାମ୍ବରମଙ୍କୁ ଟାର୍ଗେଟ କରିଛନ୍ତି । ବେଙ୍ଗାଲୁୁରରେ ପ୍ରଧାମନମନ୍ତ୍ରୀ ମୋଦି ଚିଦାମ୍ବରମଙ୍କ ନାମ ନନେଇ କହିଛନ୍ତି, କାଶ୍ମୀରର ସ୍ୱାଧୀନତା ମାଗୁଥିବା ଲୋକଙ୍କ ସହ ଲୋକେ ସ୍ୱର ମିଳାଉଛନ୍ତି । କାଶ୍ମୀର ଉପରେ ଏପରି ବୟାନ ଦେବା ଲଜ୍ଜାର ବିଷୟ । କିନ୍ତୁ ଏପରି ଲୋକେ ଯେତେ ଚେଷ୍ଟା କଲେ ମଧ୍ୟ ଦେଶର ଏକତାକୁ ଭଙ୍ଗ କରିପାରିବେ ନାହିଁ । ମୋଦି କହିଛନ୍ତି କାଲି ଯିଏ ଶାସନରେ ଥିଲେ ଆଜି ସିଏ ଅଚାନକ ଏପରି ବିବାଦୀୟ ମନ୍ତବ୍ୟ ଦେଉଛନ୍ତି । ବେଲଜ୍ଜା ହୋଇ ଏପରି ବୟାନ ଦେବା କେତେ ଦୂର ଠିକ୍ ।

MODIମୋଦି କହିଛନ୍ତି ଲୋକେ ଦେଶର ଯବାନଙ୍କ ବଳିଦାନ ଉପରେ ମଧ୍ୟ ରାଜନୀତି କରିବା ପାଇଁ ପଛାଉ ନାହାନ୍ତି । ଏମିତି ଲୋକ ଥିଲେ ଦେଶର କ’ଣ ଭଲ ହେବ । ସୂଚନାଯୋଗ୍ୟ ମୋଦି ଆଜି ଦିନକିଆ କର୍ଣ୍ଣାଟକ ଗସ୍ତରେ ଯାଇଛନ୍ତି । ବେଙ୍ଗାଲୁରୁରେ ପଂହଚିବା ପରେ ସେ ପ୍ରଥମ ଧର୍ମସ୍ଥଳ ସ୍ଥିତ ପ୍ରସିଦ୍ଧ ହରି ମଞ୍ଜୁନାଥ ସ୍ୱାମୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏଠାରେ ଶିବଙ୍କ ପୂଜା କରାଯାଏ । ମନ୍ଦିରର ପୂଜାରୀ ମୋଦିଙ୍କ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ବିଦରରେ ୧୧୦ କିଲୋମିଟର ବ୍ୟାପୀ ରେଳଲାଇନରେ ଉଦଘାଟନ କରିବେ ମୋଦି । କର୍ଣ୍ଣାଟକରେ କଂଗ୍ରେସ ସରକାର ଅଛି । ଏଠାରେ ଆଗାମୀ ବର୍ଷ ନିର୍ବାଚନ ହେବାର ଅଛି । କର୍ଣ୍ଣାଟକ କବଜା ପାଇଁ ବିଜେପି ଏବେଠାରୁ କସରତ ଆରମ୍ଭ କରିଛି । ତେବେ ମୋଦିଙ୍କ ଏହି ଗସ୍ତ ଆଗାମୀ ନିର୍ବାଚନ ପାଇଁ କେତେ କାମ ଦେବ ତାହା ଦେଖିବା ପାଇଁ ବାକି ରହିଲା ।