ପ୍ରଧାନମନ୍ତ୍ରୀଙ୍କ ଉପରେ ଲିଖିତ ପୁସ୍ତକର ଧୁମ୍ ! ବଢ଼ୁଛି ବିକ୍ରି, ନିଜ ପାଇଁ ଓ ମୋଦିଙ୍କୁ ପସନ୍ଦ କରୁଥିବା ବନ୍ଧୁଙ୍କ ପାଇଁ ବହି କିଣୁଛନ୍ତି ପୁସ୍ତକପ୍ରେମୀ

148

କନକ ବ୍ୟୁରୋ : ନରେନ୍ଦ୍ର ମୋଦିଙ୍କ ଉପରେ ଲିଖିତ ଏକ ବହି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅହମଦାବାଦର ଏକ ପୁସ୍ତକ ମେଳାରେ ମୋଦିଙ୍କ କଟଆଉଟ୍ ଯୁକ୍ତ ପୁସ୍ତକ ଲୋକଙ୍କୁ ବେଶ୍ ଆକର୍ଷିତ କରୁଛି । ବହିର ନାମ ରଖାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି-ଏକ ସକରାତ୍ମ ସୋଚ୍ ( ଏକ ସକରାତ୍ମକ ଭାବନା) । ଏହି ପୁସ୍ତକର ଉଚ୍ଚତା ପ୍ରଧାମନ୍ତ୍ରୀ ମୋଦିଙ୍କ ପରି ୫ ଫୁଟ ୭ ଇଂଚ ରହିଛି । ପ୍ରଧାନମନ୍ତ୍ରୀ ମୋଦି ୬୭ ବର୍ଷରେ ପଦାର୍ପଣ କରିଥିବାରୁ ପୁସ୍ତକର ଓଜନ ମଧ୍ୟ ୬୭ କିଲୋ ହିଁ ରଖାଯାଇଛି ।

ସକରାତ୍ମ ଚିନ୍ତାଧାର ଯୋଗୁଁ ମଣିଷ ଭିତରେ କିପରି ପରିବର୍ତ୍ତନ ଆସେ, ତାହା ଏହି ପୁସ୍ତକରେ ବର୍ଣ୍ଣନା କରାଯାଇଛି । ତେବେ ଲୋକଙ୍କ ପାଖରେ ପୁସ୍ତକ ପହଞ୍ଚିବା ପାଇଁ ଏକ ଛୋଟ ପୁସ୍ତକ ମଧ୍ୟ ପ୍ରସ୍ତୁତ କରାଯାଇଛି । ଛୋଟ ପୁସ୍ତକକୁ ପସନ୍ଦ କରିବା ସହ ଅନେକ ମାତ୍ରାରେ କିଣୁଛନ୍ତି ମଧ୍ୟ ।

Source:DNA India

ପ୍ରଧାନମନ୍ତ୍ରୀଙ୍କ ଉପରେ ଲିଖିତ ଏହି ପୁସ୍ତକକୁ ଲେଖିଛନ୍ତି ଓ ପବ୍ଲିସ କରିଛନ୍ତି ଅମହଦାବାଦର ଅପୂର୍ବ ଶାହ । ସେ କହିଛନ୍ତି ପ୍ରଧାମନ୍ତ୍ରୀଙ୍କ ଜୀବନ ତାଙ୍କ ପାଇଁ ସବୁବେଳେ ପ୍ରେରଣା ସାଜିଛି । ପ୍ରଧାନମନ୍ତ୍ରୀ ଜୀବନରେ ଯେଉଁ ଦିଗ ଉପରେ ଗୁରୁତ୍ୱ ଦେଇଛନ୍ତି ସେହି ଦିଗ ଉପରେ ହିଁ ପୁସ୍ତକରେ ଗୁରୁତ୍ୱାରୋପ କରାଯାଇଛି । ପୁସ୍ତକେରେ ଲିଖିତ କଥାକୁ ମାନିଲେ ସକରାତ୍ମକ ମନୋଭାବ ଆସିବା ସହ ଜୀବନରେ ପରିବର୍ତ୍ତନ ଆସିବା ସମ୍ଭବ ହେବ କହିଛନ୍ତି ଅପୂର୍ବ ଶାହ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଗତ ଦୁଇ ଦିନ ଭିରେ ଏବେ ପର୍ଯ୍ୟନ୍ତ ୩୦୦ ପୁସ୍ତକ ବିକ୍ରି ହୋଇସାରିଛି । ଲୋକମାନେ ନିଜ ପାଇଁ ଏବଂ ଯେଉଁମାନେ ପ୍ରଧାନମନ୍ତ୍ରୀଙ୍କୁ ପସନ୍ଦ କରନ୍ତି ତାଙ୍କ ପାଇଁ କିଣୁଛନ୍ତି ।