ଆପଣଙ୍କ ଫୋନରେ ମେମୋରୀ ଫୁଲ ହୋଇଯାଇଛି କି ? ତେବେ ଜାଣନ୍ତୁ କିପରି ଶସ୍ତାରେ ବଢ଼ାଇବେ ୩୨ ଜିବି ପର୍ଯ୍ୟନ୍ତ ମେମୋରୀ

54

ଆଜିକାଲି ଛୋଟ ଠାରୁ ବଡ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ । କିନ୍ତୁ ସ୍ମାର୍ଟଫୋନର ମେମୋରୀ ଶୀଘ୍ର ଫୁଲ୍ ହୋଇଯିବା ସମସ୍ତଙ୍କର ଗୋଟିଏ ବଡ଼ ସମସ୍ୟା । ଯାହା ଦ୍ୱାରା ଫୋନ ସ୍ଲୋ ହୋଇଯାଏ । ଆମେ ବିଭିନ୍ନ ସମୟରେ କିଛି ଅଦରକାରୀ ଆପ୍ ଡାଡ଼ନଲୋଡ଼୍ କରିଥାଉ , ଯାହା ବିଶେଷ ଦରକାର ପଡ଼େନାହିଁ । ଫୋନ ମମୋରୀ ଫ୍ରି ରଖିବା ପାଇଁ ଏପରି ଆପକୁ ଅନଇନଷ୍ଟୋର କରିବା ଜରୁରୀ ।  ପ୍ରତିଦିନ ହ୍ୱାଟସଆପ୍ ଦ୍ୱାରା ଆମ ମୋବାଇଲକୁ ଅନେକ ଭିଡିଓ ଓ ଫଟୋ ଆସେ ।  ଯଦ୍ୱାରା ଫୋନର ଇଣ୍ଟରନାଲ ମେମୋରୀରେ ଭର୍ତ୍ତି ହୋଇଯାଏ । ଆଉ କାର୍ଯ୍ୟବ୍ୟସ୍ତତା ଭିତରେ ଏହାକୁ ଡିଲିଟ୍ ନକଲେ ଏହା ଅସୁବିଧାରେ ପକାଏ । ଏଣୁ କେମିତି ଆପଣାଛାଏଁ ଏହି ଅଦରକାରୀ ଫଟୋ ଓ ଭିଡିଓ ସବୁକୁ ଫୋନରୁ ଦୂର କରିବେ, ଜାଣନ୍ତୁ ଏହାର ଉପାୟ ।

ଏଥିପାଇଁ ଆପଣକୁ ସାହାଯ୍ୟ କରିବ ସିଫ୍ଟଆର୍ ମ୍ୟାଜିକ୍ କ୍ଲିନର ଆପ୍ । ଏହା ଆଣ୍ଡ୍ରଏଡରେ କାମ କରୁଥିବା ଏକ ଆପ୍ । ଯାହା ହ୍ୱାଟସଆପରେ ଫୋନକୁ ଆସୁଥିବା ଅଦରକାରୀ ଫଟୋ ଓ ଭିଡିଓ ସବୁକୁ ସର୍ଚ୍ଚ କରି ଡିଲିଟ୍ କରିଦିଏ । ଏହି ଆପ୍ ସହଜରେ ଗୁଗୁଲ ପ୍ଲେ ଷ୍ଟୋରରେ ମିଳିଯାଏ । ଫଟୋରେ ଦିଆଯାଇଥିବା ଲେଖା ଆଧାରରେ ଏହି ଆପ୍ ଫଟୋ ଓ ଭିଡିଓକୁ ଚିହ୍ନଟ କରିଥାଏ ଏବଂ ସେହି ଅନୁସାରେ ଡିଲିଟ କରେ ।କେମିତି ଏହି ଆପକୁ ଇନଷ୍ଟାଲ କରିବେ ?

୧ – ପ୍ରଥମେ ଆପଣଙ୍କ ଫୋନରେ ଏହି ସିଫ୍ଟଆର୍ ମ୍ୟାଜିକ୍ କ୍ଲିନର ଆପକୁ ଡାଉନଲୋଡ୍ କରି ଇଂଷ୍ଟାଲ୍ କରନ୍ତୁ ।

୨ – ଏହି ଆପକୁ ଫୋନ୍ ଗ୍ୟାଲେରୀରେ ଆକ୍ସେସ୍ କରନ୍ତୁ । ଏହାସହ ଅନ୍ୟ ଫାଇଲକୁ ବି ଆକ୍ସେସ୍ କରିବାକୁ ଆଲାଓ ଅପସନରେ କ୍ଲିକ୍ କରନ୍ତୁ ।

୩ – ଏହି ଆପର ତଳେ ଦିଆଯାଇଥିବା ଆଇକନରେ କ୍ଲିକ୍ କରିବାକୁ ହେବ । ଏହାପରେ ଏହା ଫୋନରେ ସେଭ୍ ହୋଇଥିବା ଫଟୋକୁ ସ୍କାନ କରିବା ଆରମ୍ଭ କରିବ ।

୪ – ଏହାପରେ ଆପଟି ନିଜ ହିସାବରେ ଜଙ୍କ ଫଟୋ (ଅଦରକାରୀ ଫଟୋ)ଗୁଡିକୁ ତଳେ ଦେଖାଇଦେବ । ଯଦି ଆପଣ ଏସବୁ ଜଙ୍କ ଫଟୋଗୁଡିକୁ ଡିଲିଟ୍ କରିବାକୁ ଚାହୁଁଥାନ୍ତି, ଡିଲିଟ୍ ବଟନରେ କ୍ଲିକ୍ କରିବେ । ଯେଉଁ ଫଟୋଗୁଡିକୁ ରଖିବାକୁ ଚାହୁଁଥାନ୍ତି ସେଗୁଡିକ ଉପରୁ ଟିକ୍ ମାର୍କ ଉଠାଇଦେବେ ।

ଏହାବ୍ୟତୀତ ଆପଣଙ୍କ ଫୋନରେ ଇଣ୍ଟରନାଲ ମେମୋରୀ ଯଦି କମ୍ ଅଛି, ମାଇକ୍ରୋ ଏସଡ଼ି କାର୍ଡ଼ ସାହାଯ୍ୟରେ ମେମୋରୀ ବଢ଼ାଇପାରିବେ । ପ୍ରାୟ ସବୁ କମ୍ପାନୀଗୁଡ଼ିକ ଫୋନରେ ମାଇକ୍ରୋ ଏସଡ଼ି କାର୍ଡ଼ ଇନଷ୍ଟୋଲ କରିବାର ହାଡ଼ୱେର ଫିଚର ଦେଉଛନ୍ତି । ତେବେ ଫୋନ କେତେ ଜିବିର ମେମୋରୀ ସପୋର୍ଟ କରେ ଏହା ବହୁତ ଗରୁତ୍ୱପୂର୍ଣ୍ଣ ।

ଅନଲାଇନ୍ ମିଳୁଛି ଡିସକାଉଂଟ-

ମେମୋରୀ କାର୍ଡ଼ ଉପରେ ପ୍ରାୟ ସମସ୍ତ ଅନଲାଇନ୍ ସପିଂ ଓ ଇ-କମର୍ସ କମ୍ପାନୀଗୁଡ଼ିକ ଡିସକାଂଉଟ ଦେଉଛନ୍ତି । ମାର୍କେଟରେ ୩୨ ଜିବିର ମେମୋରୀ କାର୍ଡ଼ ପାଖାପାଖି ୧୦୦୦ ଟଙ୍କାରେ ମିଳିଯାଏ । କିନ୍ତୁ ଅନଲାଇନ୍ କେବଳ ୬୫୦ ଟଙ୍କାରେ କିଣିପାରିବ ମେମୋରୀ କାର୍ଡ଼ ।

କେଉଁ ଦିଗ ପ୍ରତି ଅଧିକ ଧ୍ୟାନ ରଖିବେ –

ମେମୋରୀ କାର୍ଡ଼ ନେବା ସମୟରେ ପ୍ରଥମେ ଧ୍ୟାନ ଦିଅନ୍ତୁ ଆପଣଙ୍କ ଫୋନ୍ କେତେ ଜିବିର ମେମୋରୀ ସପୋର୍ଟ କରୁଛି । ଏଥପାଇଁ ଫୋନ ବକ୍ସରେ ଦିଆ ଯାଇଥିବା ସ୍ପେସିଫିକେସନ ଦେଖିନିଅନ୍ତୁ । ବକ୍ସ ହଜିଗଲେ ମଧ୍ୟ ଆପଣ ନିଜର ମଡ଼େଲର ସ୍ପେସିଫିକେସନ ଅନଲାଇନ୍ ଦେଖିପାରିବେ । ଆପଣଙ୍କ ଫୋନ୍ ଯେତିକି ଜିବି ସେତିକି ଜିବି ହିଁ ଇନଷ୍ଟୋଲ କରନ୍ତୁ । ୧୬ ଜିବିର କାର୍ଡ଼ ପାଖାପାଖି ୩୦୦ ଟଙ୍କାରେ ମଳିଯାଉଛି ।