ପାରାସିଟାମଲ୍ ଟାବଲେଟ ପାଇଁ କମ୍ପାନୀ ଆଦାୟ କରୁଛି ୫ଗୁଣ ଅଧିକ ଦାମ୍ : ଜାଣନ୍ତୁ କେଉଁଠୁ ଶସ୍ତାରେ କିଣିବେ ଔଷଧ ?

69

କିଛି ଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩୨୮ ଏଫଡିସି ଔଷଧକୁ ନିଷିଦ୍ଧ ଘୋଷଣା କରାଯାଇିଥିଲା । ତେବେ ଘୋଷଣା ପରେ ଅନେକ ଅସୁବିଧା ହୋଇଥିଲା । କିଛି ଔଷଧ ନିର୍ମାତା କମ୍ପାନୀ କୋର୍ଟ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲେ । ତେବେ ସୁପ୍ରିମକୋର୍ଟ ଗତକାଲି ସାରିଡ଼ିନ୍ ସମେତ ୩ଟି ଔଷଧ ଉପରେ ପ୍ରତିବନ୍ଧକ ହଟାଇଦେଇଛନ୍ତି । ଏଫଡ଼ିସି ଔଷଧ ଦୁଇ କିମ୍ବା ଦୁଇରୁ ଅଧିକ ଔଷର ଅବୟବର ମିଶି ପ୍ରସ୍ତୁତ ହୋଇଥାଏ । ସରକାର ଓ ବିଶେଷଜ୍ଞଙ୍କ ତର୍କ ଅନୁସାରେ ଏହି ପ୍ରକାର ଔଷଧ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଅନ୍ୟପଟେ କମ୍ପାନୀଗୁଡ଼ିକ ଏଫଡ଼ିସି ଓ ଅନ୍ୟ ବ୍ରାଣ୍ଡଡ଼େ୍ ଔଷଧ ପାଇଁ ଅଧିକ ଟଙ୍କା ମଧ୍ୟ ଆଦାୟ କରୁଛନ୍ତି । ସରକାର ଏହାକୁ ବିରୋଧ କରି ଜନ ଔଷଧୀ କେନ୍ଦ୍ର ଜରିଆରେ ଜେନେରିକ ଔସଧକୁ ପ୍ରମୋଟ୍ କରିବାରେ ଲାଗିଛନ୍ତି ।

image courtesy – en.wikipedia.org

ଜେନେରିକ୍ ଔଷଧ କୌଣସି ବ୍ରାଣ୍ଡର ନଥାଏ । କିନ୍ତୁ ଫାଇଦା ବ୍ରାଣ୍ଡେଡ଼୍ ଔଷଧ ପରି । କିନ୍ତୁ ଜେନେରିକ୍ ଓ ବ୍ରାଣ୍ଡେଡ଼୍ ଔଷଧର ମୂଲ୍ୟ ଭିତରେ ରହିଛି ଆକାଶ ପାତାଳ ତଫାତ୍ । ସୂଚନା ଅନୁସାରେ ଜ୍ୱର ପାଇଁ ବ୍ୟବହୃତ ହେୁଥିବା ପାରାସିଟାମଲ ଟାବଲେଟ୍ ଯାହା ୫ ଟଙ୍କାରେ ବିକ୍ରି ହେଉଛି ତା’ର ପ୍ରକୃତ ମୂଲ୍ୟ ହେଲା ୭୦ ପଇସା । ବ୍ରାଣ୍ଡ ନାମରେ କମ୍ପାନୀ ୨୩-୩୦ ଟଙ୍କା ଅଧିକ ଆଦାୟ କରୁଛି । ଏପରି ଅନେକ ବ୍ରାଣ୍ଡେଡ଼୍ ଔଷଧ ରହିଛି, ଯାହା ପାଇଁ କମ୍ପାନୀ ଅଧିକ ଟଙ୍କା ଅସୁଲ କରୁଛନ୍ତି । ତେବେ ସରକାର ନିଜେ ଜନ ଔଷଧୀ କେନ୍ଦ୍ରର ୱେବସାଇଟରେ ଜେନେରିକ ଓ ବ୍ରାଣ୍ଡେଡ଼୍ ଔଷକ୍ଷ ଗୁଡ଼ିକ ମଧ୍ୟରେ ଥିବା ଅନ୍ତରର ସୂଚି ଜାରି କରଛନ୍ତି ।

Image courtesy – indiamart.com

 

କେଉଁଠି ମିଳିବ ଜେନେରିକ୍ ଔଷଧ ?
କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ରରେ ଜେନେରିକ୍ ଔଷଧ ନେଇପାରିବେ । ସମସ୍ତ ରାଜ୍ୟର ଜିଲ୍ଲା ଗୁଡ଼ିକରେ ଓ ମୁଖ୍ୟ ସହର ଗୁଡିକରେ ଜନ ଔଷଧୀ କେନ୍ଦ୍ର ଖୋଲାଯାଇଛି । ଦିଲ୍ଲୀରେ ୪୧ ଟି ଉତ୍ତରପ୍ରଦେଶରେ ୪୭୨ ଟି ଖୋଲସରିଛି । କେନ୍ଦ୍ର ସରକାର ଲଗାତାର ନୂଆ କେନ୍ଦ୍ର ଖୋଲୁଛନ୍ତି । ବିଗତ ଦିନରେ ଖବର ଆସିଥିଲା ସାରାଦେଶରେ ପେଟ୍ରୋଲ ପମ୍ପରେ ଓ ରେଲୱେ ଷ୍ଟେସନରେ ଜନଔଷଧୀ କେନ୍ଦ୍ର ଖୋଲିବା ପାଇଁ ଯୋଜନା ହେଉଛି ।