୧୦୦ ଛୁଇଁଲା ପେଟ୍ରୋଲ ଦର ! ବନ୍ଦ କାହା ପାଇଁ କାଳ ତ କାହା ପାଇଁ ବେପାରର ବେଳ

38

କନକ ବ୍ୟୁରୋ : ଓଡ଼ିଶା ବନ୍ଦର ପ୍ରଭାବରେ ପେଟ୍ରୋଲ ଓ ଡିଜେଲ ଦର ଆଜି ପାଇଁ ଅହେତୁକ ଭାବେ ବୃଦ୍ଧି ପାଇଛି । କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ସାରା ରଜ୍ୟରେ ବିଜେପି ଓ କଂଗ୍ରେସ ପକ୍ଷରୁ ବନ୍ଦ ଡ଼ାକରା ଦେଇଛନ୍ତି । ଆଉ ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବନ୍ଦ ପାଳନ ହେଉଛି । ରାଜଧାନୀରେ ବନ୍ଦ ଡାକରା ଫଳରେ ପ୍ରାୟ ସମସ୍ତ ତେଲ ଟାଙ୍କି ଗୁଡ଼ିକ ବନ୍ଦ ହୋଇଛି । ଆଉ ଏଥିପାଇଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ତେଲ ଟାଙ୍କି ଗୁଡ଼ିକ ବନ୍ଦ ହେବା ଫଳରେ ଖୁଚୁରା ଦୋକାନୀ ମାନେ ତେଲ ଟାଙ୍କି ପାଖରେ ପେଟ୍ରୋଲ ଓ ଡିଜେଲ ବିକ୍ରି କରୁଛନ୍ତି । ଶହ ଶହ ଲୋକ ତେଲ ପକାଇବା ପାଇଁ ଆସୁଛନ୍ତି । ବାହାରେ ଯେଉଁମାନେ ତେଲ ବିକ୍ରି କରୁଛନ୍ତି ପ୍ରକୃତ ତେଲ ଦରକ ଅପେକ୍ଷା ଅଧିକ ଟଙ୍କାରେ ଲୋକଙ୍କୁ ବିକ୍ରି କରୁଛନ୍ତି । ତେଲ ଦର ୭୦ ଟଙ୍କା ଥିବା ବେଳେ ଓଡ଼ିଶା ବନ୍ଦ ଫଳରେ ଖୁଚୁରା ଦୋକାନୀମାନେ ୧୦୦ ଟଙ୍କାରୁ ଅଧିକ ଦାମରେ ପେଟ୍ରୋଲ ବିକ୍ରି କରୁଛନ୍ତି ।

ପ୍ରାୟ ୩୦ରୁ ୪୦ ଟଙ୍କା ଅଧିକ ଦେଇ ପେଟ୍ରୋଲ କିଣୁଛନ୍ତି ଲୋକେ । ଚଢ଼ା ଦରରେ ଖୁଚୁରା ଦୋକାନମୀମାନେ ପେଟ୍ରୋଲ ବିକ୍ରି କରୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଆଉ ଅନ୍ୟ ଉପାୟ ନପାଇ ବାଧ୍ୟ ହୋଇ ଚଢ଼ା ଦରରେ ତେଲ କିଣୁଛନ୍ତି ଲୋକେ । ତେବେ କେବଳ ରାଜଧାନୀରେ ନୁହେଁ ଅନ୍ୟ ଅଂଚଳ ଗୁଡ଼ିକରେ ମଧ୍ୟ ଚଢ଼ା ତେଲ ଦରକ ପାଇଁ ହଇରାଣ ହେଉଛନ୍ତି ଲୋକେ । ବନ୍ଦ ଯୋଗଁ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଚଥା ଦରରେ ପେଟ୍ରାଲ ଡିଜେଲ ବିକ୍ରି ହେଉଛି । ସାଧାରଣ ଜନତା ଏଥିରେ ହିଇରାଣ ହେଲେ ମଧ୍ୟ କିଛି କରିବାର ଜୁ ନାହିଁ ।

ସୂଚନାଯୋଗ୍ୟ କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତା ଆତ୍ମହତ୍ୟା ନିଆଁକୁ ନେଇ ସମଗ୍ର ରାଜ୍ୟରେ ଆଜି ବନ୍ଦ ପାଳନ ହେଉଛି । ବିଜେପି ‘ହରତାଳ’ଓ କଂଗ୍ରେସ ଦଳ ‘ବନ୍ଦ’ ଡାକରା ଦେଇଥିବା ପରିପ୍ରେକ୍ଷୀରେ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଗତକାଲି ରାଜଧାନୀ ରାଜରାସ୍ତାରେ ବିଜେପି-ପୁଲିସ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । କଂଗ୍ରେସ ବି ରାଜଧାନୀର ଏକାଧିକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ତେବେ ଆଜି ସକାଳ ୬ଟାରୁ କଂଗ୍ରେସ କର୍ମୀମାନେ ରେଳରୋକ କରି ବନ୍ଦ ଆରମ୍ଭ କରିଛନ୍ତି । ସମ୍ବଲପୁର, ଭୁବନେଶ୍ୱର, ଜୟପୁର, ସୋରୋ, ମାଲକାନଗିରି, କଟକ, ଢ଼େଙ୍କାନାଳ, ବଲାଙ୍ଗର, ପୁରୀ ଆଦି ସ୍ଥାନରେ ବନ୍ଦ ପାଳନ ହେଉଛି।