ଶୌଚାଳୟକୁ ସଫା କରିବା ପାଇଁ କିଛି ଜରୁରୀ ଟିପ୍ସ . . . ?

93

ଶୌଚାଳୟ କେବଳ ଆପଣ ଜୀବନଶୈଳୀକୁ ଦର୍ଶାଏ ନାହିଁ, ଏହା ଆପଣଙ୍କ ପରିବାରର ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରେ । ଯଦି ଆପଙ୍କ ଶୌଚାଳୟରୁ ଦୁର୍ଗନ୍ଧ ଆସୁଛି ଆଉ ଜିନିଷ ପତ୍ର ଏଣେ ତେଣେ ପଡ଼ି ରହିଛି , ତେବେ ଜଣାପଡ଼ିବ ଆପଣ ଦାୟିତ୍ୱନୀନ ଏବଂ ସ୍ୱଚ୍ଛତା ପ୍ରତି ସଚେତନ ନୁହେଁ । ତେବେ ଆପଣ ଯଦି ଶୌଚାଳୟକୁ ସଫା ରଖୁ ନାହାନ୍ତି, ତେବେ ଏଥିିରୁ ଉତ୍ପର୍ଣ୍ଣ ହେଉଥିବା ବ୍ୟାକ୍ଟେରିଆ ଆପଣଙ୍କ ପରବାର ଲୋକଙ୍କ ପାଇଁ ବହୁତ କ୍ଷତିକାରୀ ସାବ୍ୟସ୍ତ ହେବ । ଶୌଚାଳୟ ଯେତିକି ଦରକାରୀ ତାକୁ ସଫା ରଖିବା ତା’ଠାରୁ ଅଧିକ ଜରୁରୀ । ତେବେ ଶୌଚାଳୟକୁ ସଫା କିପରି କରିବେ ? ସମସ୍ତେ ଜାଣନ୍ତିି ବ୍ରଶ କିମ୍ବା ଟୟଲେଟ୍ କ୍ଲିନର ଦ୍ୱାରା ଶୌଚାଳୟ ସଫା ହୋଇପାରିବ । କିନ୍ତୁ ଆପଣ ଜାଣନ୍ତି କି ବ୍ରଶ୍ ଦ୍ୱାରା ଶୌଚାଳୟ ସଫା କିରବା ସମୟରେ କିଛି ବିଶେଷ ଦିଗ ପ୍ରତି ଅଧିକ ଧ୍ୟାନ ଦେବା ଉଚିତ୍ । ଆହୁରି ଏମିତି ଅନେକ ଜିନିଷ ଅଛି ଯାହା ଶୌଚାଳୟ ସଫା କିରବାରେ ବହୁତ ଦରକାରୀ ।

ଆପଣ ଶୌଚାଳୟକୁ ବ୍ରଶ ଦ୍ୱାରା ସଫା କରନ୍ତି । ଆଉ ଭାବନ୍ତି ଶୌଚାଳୟ ସମ୍ପୂର୍ଣ୍ଣ ରୂପେ ସଫା ହୋଇଛି କିନ୍ତୁ ବ୍ରଶର ସ୍ୱଚ୍ଛତା ଉପରେ ଦ୍ୟାନେ ଦିଅନ୍ତି ନାହିଁ । ଶøଚାଳୟକୁ ସଫା କିରବା ପରେ ବ୍ରଶକୁ ମଧ୍ୟ ଭଲରେ ସଫା ରଖନ୍ତୁ । ତେବେ ବ୍ରଶକୁ ଜୀବାଣୁମୁକ୍ତ କିରବା ପାଇଁ ବ୍ଲିଚରେ ବୁଡ଼ାଇ ରଖନ୍ତୁ । ଯାହାହାଦ୍ୱା ଆଉ କେବେ ଶୌଚାଳୟ ସଫା କଲେ ବ୍ରଶ ପୁରା ସଫା ରହିବ । ଶୌଚାଳୟର କୋଣ ଭଲରେ ସଫା କରି ହୁଏ ନାହିଁ । ତେଣୁ ଏହି ଦିଗ ପ୍ରତି ଟିକିଏ ଅଧିକ ଧ୍ୟାନ ଦିଅନ୍ତୁ । ଏହା ବ୍ୟତୀତ ଶୌଚାଳୟ ରିମ ଉପରେ କୀଟାଣୁନାଶକ ଛିଞ୍ଚନ୍ତୁ । ଏହା ବ୍ୟତୀତ ଶୌଚାଳୟ ସଫା କରିବା ପାଇଁ ଭଲ ବ୍ରଶର ବ୍ୟହାର କରନ୍ତୁ ଯାହାଦ୍ୱାରା ଶୌଚାଳୟ ଭଲରେ ସଫା ହୋଇପାରିବ ।

ତେବେ ଆଜି ଦିନରେ ସମସ୍ତେ ଶୌଚାଳୟ ବ୍ୟବହାର କରୁଥିଲେ ହେଁ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେଉଥିବା ଲୋକ ବହୁତ କମ ଦେଖିବା ପାଇଁ ମିଳନ୍ତି । ତେବେ ଶୌଚାଳୟ ବ୍ୟବହାର ପରେ ଭଲରେ ଫ୍ଲସ୍ କରନ୍ତୁ । କେବଳ ଭଲରେ ନୁହେଁ ପୁରା ଫ୍ଲସ୍ କରିବା ଜରୁରୀ । ଏହା ବ୍ୟତୀତ ଫ୍ଲସ୍ କରିବା ସମୟରେ ଧ୍ୟାନ ଦିଅନ୍ତୁ ଭଲରେ ଟଏଲେଟ୍ ପ୍ୟାନ ସଫା ହୋଇଛି କି ନାହିଁ । ଏଥିପାଇଁ ଶୌଚାଳୟ ବ୍ୟବହାର କରିସାରିବା ପରେ ଢ଼ାଙ୍କୁଣୀ ବନ୍ଦ କରି ଫ୍ଲସ୍ କରନ୍ତୁ ।